ସୀମାନ୍ତ ଝାଡ଼ଖଣ୍ଡ କୋଏଲନଦୀରେ ପାଳିଲେ ଛଟ୍‌, ଅସ୍ତମିତ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଦେଲେ ବ୍ରତଧାରୀ

Advertisment
ସୀମାନ୍ତ ଝାଡ଼ଖଣ୍ଡ କୋଏଲନଦୀରେ ପାଳିଲେ ଛଟ୍‌, ଅସ୍ତମିତ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଦେଲେ ବ୍ରତଧାରୀ

ରାଉରକେଲା: ଆସ୍ଥା ଓ ବିଶ୍ବାସର ଗଣପର୍ବ ଛଟ୍‌ ରାଉରକେଲା ସହରରେ ଆନନ୍ଦ ଉତ୍ସାହର ସହିତ ପାଳନ ହୋଇଛି। ହଜାର ହଜାର ବ୍ରତଧାରୀମାନେ ନିକଟସ୍ଥ ଜଳାଶୟରେ ପୂଜାର୍ଚ୍ଚନା କରିବା ସହ ଅସ୍ତମିତ ସୂର୍ଯ୍ୟ ଦେବତାଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନର ବାରଣସତ୍ବେ ଅଧିକାଂଶ ବ୍ରତଧାରୀ ନଦୀ ଘାଟ ଓ ପୋଖରୀ ଅସ୍ତମିତ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ ପ୍ରଦାନ କରିଥିଲେ। କିଛି ବ୍ରତଧାରୀ ସୀମାନ୍ତ ଝାଡ଼ଖଣ୍ଡ ଧାନାପାଲିରେ ପହଞ୍ଚି କୋଏଲନଦୀରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଛନ୍ତି।

publive-image

ସହରର ବ୍ରାହ୍ମଣୀନଦୀ ଘାଟ, ରୁପଟୋଲା, ଝିରପାଣି ଓ କୋଏଲନଦୀ ଘାଟ ସମେତ ଅନ୍ୟାନ୍ୟ ‌ପୋଖରୀ ଓ ନଦୀଘାଟରେ ବ୍ରତଧାରୀ ଓ ତାଙ୍କ ସମ୍ପର୍କୀୟଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ରେଲୱେ କଲୋନି ପୋଖରୀରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। କରୋନା କଟକଣା ପାଳନ କରାଯାଇନଥିବାରୁ ଝିରପାଣି ଘାଟରେ ଲାଗିଥିବା ଅସ୍ଥାୟୀ ଟେଣ୍ଟ, ଲାଇଟ୍‌ ବ୍ୟବସ୍ଥାକୁ ପୁଲିସ ଉପାଡି ଫିଙ୍ଗି ଦେଇଥିଲେ। ଯାହାକୁ କେନ୍ଦ୍ରକରି ଝିରପାଣି ଘାଟରେ କିଛି ସମୟ ବ୍ରତଧାରୀଙ୍କ ସମ୍ପର୍କୀୟ ଓ ପୁଲିସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅନେକ ବ୍ରତଧାରୀ ପ୍ରଶାସନର କଟକଣାକୁ ପାଳନ କରି ନିଜ ନିଜ ଘରେ ତଆରି କରିଥିବା ପାଣିକୁଣ୍ଡରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଛନ୍ତି।

publive-image

ରାଉରକେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳି ନଥିବାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପ୍ରାୟ ସମସ୍ତ ବ୍ରତଧାରୀ ଝାଡ଼ଖଣ୍ଡ ଜରେଇକେଲା ଧାନାପାଲିରେ ପହଞ୍ଚି କୋଏଲନଦୀ ଘାଟରେ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଛଠ ପାଳନ କରିଥିବା ଲୋକଙ୍କ ମୁହଁରେ ବହୁତ ଖୁସି ପରିଲକ୍ଷିତ ହୋଇଥିଲା। ଆସନ୍ତକାଲି (ଗୁରୁବାର) ସକାଳେ ଉଦିତ ସୂର୍ଯ୍ୟ ଦେବତାଙ୍କୁ ଶେଷ ଅର୍ଘ୍ୟ ଦେବା ପରେ ଛଟ୍‌ପର୍ବ ପାଳନ ‌ଶେଷ ହେବ। ଉତ୍ତର ଭାରତର ଏହି ଗଣପର୍ବ ବିଶେ‌ଷ କରି ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶରେ ବେଶ୍‌ ଆନନ୍ଦ ଉତ୍ସାହର ପାଳିତ ହୋଇଥାଏ। ଛଟ୍‌ ପର୍ବର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଗତ ସୋମବାର ‘ନହାୟ ଖାୟ’ ସହ ଏହି ପର୍ବର ଶୁଭାରମ୍ଭ ହୋଇଥାଏ। ମଙ୍ଗଳବାର ‘ଖରନା’ ପୂଜା ପରେ ବ୍ରତଧାରୀମାନେ ୩୬ ଘଣ୍ଟା ନିର୍ଜଳା ଉପବାସ ରହି ଏହି ପର୍ବକୁ ନିଷ୍ଠାର ସହ ପାଳନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe