Advertisment

ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ପୁଣି ରକ୍ତରଞ୍ଜିତ ହେଲା ପୀଠ

Advertisment
ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ପୁଣି ରକ୍ତରଞ୍ଜିତ ହେଲା ପୀଠ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର  ଯାତ୍ରା ସୋମବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ଭିତରେ ସମ୍ପନ୍ନ ହୋଇଛି। ଆଜି ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପୁଣି ରକ୍ତରଞ୍ଜିତ ହୋଇଛି ପୀଠ। ଏଠାରେ ଶହ ଶହ ପଶୁ ବଳି ପଡ଼ିଥିବା ଜଣାଯାଇଛି। ଛତର ଯାତ୍ରା ପାଇଁ ପାଖାପାଖି ୩୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ବ୍ୟାପକ ଭିଡକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ଛତର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଥିଲା । ଚଳିତ ବର୍ଷ ବହୁ ସଂଖ୍ୟାରେ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ଗତ ରାତିରେ ମହାଷ୍ଟମୀ ବଳି ପରେ ସକାଳୁ ୨ କିଲୋମିଟର ଜେନାଖାଲରେ ନବମୀ ପୂଜାର୍ଚ୍ଚନା ପରେ ମା’ଙ୍କ ଛତର ରୂପୀ ପ୍ରତିମା ବାହାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe