ଉଗ୍ରରୂପ ନେଇପାରେ ମୋବାଇଲ୍‌ ପ୍ରସଙ୍ଗ : ଛତିଶା ନିଯୋଗ ବୈଠକ ଆଜି

Advertisment
ଉଗ୍ରରୂପ ନେଇପାରେ ମୋବାଇଲ୍‌ ପ୍ରସଙ୍ଗ : ଛତିଶା ନିଯୋଗ ବୈଠକ ଆଜି

ପୁରୀ : ଆସନ୍ତାକାଲି ସନ୍ଧ୍ୟା ୫ଟା ୩୦ ମିନିଟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବାକୁ ଯାଉଛି ଛତିଶା ନିଯୋଗ ବୈଠକ। ଏଥିପାଇଁ ସମସ୍ତ ସଭ୍ୟଙ୍କୁ ସ୍ୱତନ୍ତ୍ର ଚିଠି ଯୋଗେ ଅବଗତ କରାଯାଇଛି। ଏଥିରେ ନାଟମଣ୍ଡପ ମରାମତି ଓ ୩୧ ତାରିଖରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ନୀତିକୁ ନେଇ ଆଲୋଚନା ହେବାକୁ ରହିଛି। ପରିଚାଳନା କମିଟି ନ ଥିବାରୁ ଏହି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହେବାକୁ ଯାଉଛି। ଏହାଛଡ଼ା ସଭାପତିଙ୍କ ଅନୁମୋଦନକ୍ରମେ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି। ତେବେ ସେବାୟତଙ୍କୁ ମୋବାଇଲ ପ୍ରସଙ୍ଗକୁ ନେଇ ଘମାଘୋଟ ଆଲୋଚନା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe