କାର୍‌ ଓ ଟ୍ରକ୍‌ ଧକ୍କାରେ ଛତ୍ରପୁରର କନିଷ୍ଠ ଏମ୍‌ଭିଆଇ ଆହତ

Advertisment
ଅଟୋ ଓଲଟି ନାବାଳିକା ମୃତ: ବାପା, ମା’ ଗୁରୁତର

The Hans India

ଟାଙ୍ଗୀ: ରବିବାର ପୂର୍ବାହ୍ନ ସାଢ଼େ ଏଗାରଟା ପରେ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଅଧୀନ କଇଥପଲା ଛକ ପାଖରେ ଗୋଟାଏ କାର୍‌ ଓ ଗୋଟାଏ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଛତ୍ରପୁରର କନିଷ୍ଠ ଏମ୍‌ଭିଆଇ ଗୁରୁତର ଆହତ ହୋଇଛନ୍ତି।

ତାଙ୍କ କାର୍‌ ଚଳାଉଥିବା ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଓ ସାଥିରେ ଥିବା ଜଣେ କନେଷ୍ଟବଳ ସାମାନ୍ୟ ଆହତ ହୋଇଛନ୍ତି।

କନିଷ୍ଠ ଏମ୍‌ଭିଆଇ ପ୍ରତାପ ବେହେରା ନିଜର କ୍ରେଟା କାର୍‌ରେ ଭୁବନେଶ୍ୱରରୁ ଛତ୍ରପୁର ଅଭିମୁଖେ ଯାତ୍ରା କରୁଥିଲେ। କଇଥପଲା ଛକ ନିକଟରେ ରାସ୍ତାର ଭୁଲ୍‌ ପଟରେ ଆସୁଥିବା ଗୋଟାଏ ଟ୍ରକ୍‌ ଡିଭାଇଡର୍‌ ମଧ୍ୟସ୍ଥ କଟ୍‌-େଓ୍ଵ ମଧ୍ୟରେ ପଶିଆସିଥିଲା।

ରାସ୍ତାର ସେ ଅଞ୍ଚଳରେ ଗଛବୃଚ୍ଛ ବଢ଼ିଥିବାରୁ କାର୍‌ ଡ୍ରାଇଭର୍‌ ରମେଶ ବେହେରା ହଠାତ୍‌ ଟ୍ରକ୍‌ଟିକୁ ଦେଖି ପାରି ନ ଥିଲେ।

କନିଷ୍ଠ ଏମ୍‌ଭିଆଇ ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ତାଙ୍କୁ ମର୍କତ ନଗରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe