ଶିକ୍ଷକଙ୍କ ଘରେ ନୃସିଂହ ଅବତାର ଥିବା ପ୍ରଜାପତି: ପୂଜାର୍ଚ୍ଚନା କଲେ ଲୋକେ

Advertisment
ଶିକ୍ଷକଙ୍କ ଘରେ ନୃସିଂହ ଅବତାର ଥିବା ପ୍ରଜାପତି: ପୂଜାର୍ଚ୍ଚନା କଲେ ଲୋକେ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଆଜି ବିଲୁପ୍ତ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଳିଛି । ଛତ୍ରପୁର ଭାସ୍କର ରାଓପେଟା ସାହି ନିବାସୀ ତଥା ସାନ ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କୃତ୍ତିବାସ ନାୟକଙ୍କ ଘରକୁ ଏହି ବିଲୁପ୍ତ ପ୍ରଜାତିର ପ୍ରଜାପତି ଉଡ଼ି ଆସିଥିଲା।  ଉକ୍ତ ପ୍ରଜାପତିର ପିଠିରେ ନୃସିଂହ ଅବତାରର ଛବି ଦେଖିବାକୁ ମିଳିଥିଲା।

ଏହାପରେ ଶ୍ରୀନାୟକଙ୍କ ପରିବାରରେ ଆଧ୍ୟାତ୍ମିକ ଚିନ୍ତାଧାରା ଆସିଯାଇଥିଲ।। ତେଣୁ ସେମାନେ ପ୍ରଜାପତିଙ୍କୁ ଅତି ଭକ୍ତିରେ ସାଇତି ରଖିବା ସହ ଧୂପ ଦୀପ ପ୍ରଦାନ କରି ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରିଛନ୍ତି । ଏହି ଖବର ପାଇ ଶ୍ରୀ ନାୟକଙ୍କ ଘରକୁ ମହାପ୍ରଭୁ ନୃସିଂହ ଠାକୁରଙ୍କ ଛବି ଥିବା ବିଲୁପ୍ତ ପ୍ରଜାତିର ପ୍ରଜାପତିଙ୍କୁ ଦେଖିବାକୁ ଲୋକଙ୍କ ସୁଅ ଛୁଟିଛି। ଲୋକେ ବି ଉକ୍ତ ପ୍ରଜାପତିଙ୍କର ପୂଜାର୍ଚ୍ଚନା କରିଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe