ମହାନଦୀକୁ ପୁଣି ବିପଦ : ଗେଟ୍ ବନ୍ଦ କରିଦେଲା ଛତିଶଗଡ଼

Advertisment

ଲକ୍ଷ୍ୟ ଛୁଇଁପାରିଲାନି ହୀରାକୁଦ, ଅଣମୌସୁମୀ ସମୟରେ ଜଳାଭାବ ଆଶଙ୍କା, ଟ୍ରିବ୍ୟୁନାଲ ଦୃଷ୍ଟି ଆକର୍ଷଣ କରିବ ଓଡ଼ିଶା

ଲକ୍ଷ୍ୟ ଛୁଇଁପାରିଲାନି ହୀରାକୁଦ, ଅଣମୌସୁମୀ ସମୟରେ ଜଳାଭାବ ଆଶଙ୍କା, ଟ୍ରିବ୍ୟୁନାଲ ଦୃଷ୍ଟି ଆକର୍ଷଣ କରିବ ଓଡ଼ିଶା

ମହାନଦୀକୁ ପୁଣି ବିପଦ : ଗେଟ୍ ବନ୍ଦ କରିଦେଲା ଛତିଶଗଡ଼

ଭୁବନେଶ୍ୱର : ଛତିଶଗଡ ପୁଣି ଥରେ ମହାନଦୀକୁ ନେଇ ତାର ପୁରଣା ଖେଳ ଆରମ୍ଭ କରିେଦଇଛି। ଧୀରେ ଧୀରେ ମହାନଦୀକୁ ପାଣି ଛାଡ଼ିବା କମାଇ ଦେଲାଣି। ପରିଣାମ ହେଲା, ଏଥର ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ କ୍ଷମତା ଅର୍ଥାତ୍ ୬୩୦ଫୁଟ ଜଳ ରଖିପାରିଲା ନାହିଁ। ସେପ୍ଟେମ୍ବର ୩୦ ଅଥବା ଅେକ୍ଟାବର ୧ ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହେବା କଥା। ଏବେ ଜଳଭଣ୍ଡାରରେ ପାଣିର ସ୍ତର ବଢିବା ପରିବର୍ତେ କମିବା ଆରମ୍ଭ କରିଛି। ଏଣୁ ଅଣ ମୌସୁମୀ ସମୟରେ ଜଳାଭାବ ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଏବେଠାରୁ ଜଳସଂପଦ ବିଭାଗର ଅଧିକାରୀମାେନ ପୂର୍ବାନୁମାନ କଲାଣି।

ଛତିଶଗଡର ଏଭଳି ଆଚରଣ ବିରୋଧରେ ଓଡ଼ିଶା ଆପତ୍ତି ଉଠାଇଛି। ହୀରାକୁଦ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏ ନେଇ ଛତିଶଗଡକୁ ଚିଠି ଲେଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଛତିଶଗଡର ଏଭଳି ଆଚରଣ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଖୁବ୍ ଶୀଘ୍ର ସଂପୃକ୍ତ ସରକାରଙ୍କୁ ଚିଠି ଲେଖାଯିବ। ମହାନଦୀ ଟ୍ରିବ୍ୟୁନାଲକୁ ଛତିଶଗଡର ଏହି ମନମାନି ସଂପର୍କରେ ଓଡ଼ିଶା ସରକାର ଅବଗତ କରିବାକୁ ମନସ୍ଥ କରିଛନ୍ତି।

ମିଳିଥିବା ସୂଚନା ଅନୁସାେର, ଗତ ୩୦ ତାରିଖରେ ଜଳ ସଂପଦ ବିଭାଗର ଏକ ଟିମ୍‌ ହୀରାକୁଦକୁ ଉପର ମୁଣ୍ଡରୁ ଜଳ ପ୍ରବାହର ଅନୁଧ୍ୟାନ କରିଥିଲା। ଏହି ଟିମ୍‌ର ସଦସ୍ୟମାନେ ହୀରାକୁଦ ଉପର ମୁଣ୍ଡରେ ଥିବା ଛତିଶଗଡ଼ର ୬ଟି ବ୍ୟାରେଜ ବୁଲିଥିଲେ। ସେତେବେଳେ ୬ଟି ବ୍ୟାରେଜର କୌଣସି ଗେଟ୍ ବନ୍ଦ ହୋଇନଲା। ମାତ୍ର ଜଳସଂପଦ ବିଭାଗର ଅଧିକାରୀମାେନ ଆଜି ଜାଣିପାରିଛନ୍ତି ଯେ ଅଧିକାଂଶ ଗେଟ୍ ବନ୍ଦ ହୋଇଗଲାଣି। କଲମା ବ୍ୟାରେଜର ୧୮ଟି ଗେଟ୍ ବନ୍ଦ କରାଯାଇଛି। ମିରୋନିର ୮୧ଟି ଗେଟରୁ ମାତ୍ର ୬ଟି ଖୋଲା ରହିଛି। ବସନ୍ତପୁର ବ୍ୟାରେଜର ୮ଟି ଗେଟ୍‌ ଖୋଲା ରହିଥିବା ବେଳେ ବାକି ସବୁ ବନ୍ଦ ରହିଛି। ସମୋଡ଼ା ବ୍ୟାରେଜର ୪୫ଟି ଗେଟ୍ ବନ୍ଦ କରାଯାଇଛି। ସେଥିପାଇଁ ହୀରାକୁଦକୁ ଜଳ ପ୍ରବାହ କମୁଛି।

ମିଳିଥିବା ସୂଚନା ଅନୁସାରେ, ଡ୍ୟାମ୍‌କୁ ବର୍ତ୍ତମାନ ସେକେଣ୍ଡକୁ ମାତ୍ର ୧୫ ହଜାର ୭୮୦ ଘନଫୁଟ ପାଣି ପଶୁଛି ଏବଂ ସେତିକି ନିଷ୍କାସିତ ହେଉଛି। କେନାଲ ଦେଇ ଏହି ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାର ସ୍ତର ୬୨୯.୩୮ ଫୁଟ ରହିଛି। ଯେହେତୁ ବର୍ଷା ସମ୍ଭାବନା କ୍ଷୀଣ ଓ ଛତିଶଗଡ ଗେଟ୍ ବନ୍ଦ କଲାଣି, ଏଣୁ ବଡ଼ ପ୍ରଭାବ ପଡ଼ିବ ବୋଲି ଯନ୍ତ୍ରୀମାେନ କହିଛନ୍ତି। ଗେଟ୍‌ ବନ୍ଦ ନରଖିବାକୁ ଛତିଶଗଡ଼କୁ ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଥିବା ଆଜି ବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe