ସହିଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ

Advertisment

ଭଲ ହେବା ପରେ ପୁଣି ନକ୍ସଲଙ୍କୁ ମାରିବି: ଆହତ ଯବାନ 

ଭଲ ହେବା ପରେ ପୁଣି ନକ୍ସଲଙ୍କୁ ମାରିବି: ଆହତ ଯବାନ 

ସହିଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଅନ୍ତର୍ଗତ କୁତୁଲ ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ସହିଦ ହୋଇଥିବା ଯବାନଙ୍କ ପାର୍ଥୀବ ଶରୀରକୁ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ କାନ୍ଧ ଦେଇଛନ୍ତି। ଏହା ପୂର୍ବରୁ ସେ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପହଞ୍ଚି ସହିଦ ଯବାନଙ୍କ ପାର୍ଥୀବ ଶରୀରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସହିଦ ନିତେଶ ଏକ୍କାଙ୍କ ମରଶରୀରକୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କାନ୍ଧ ଦେଇଥିଲେ। ତାଂକ ଶବକୁ ସହିଦଙ୍କ ଗ୍ରାମ ଯଶପୁର ଜିଲ୍ଲାର ଚିରଇଡାଣ୍ଡ ଗ୍ରାମକୁ ପଠାଯାଇଛି।

ସହିଦଙ୍କ ଶବ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ସହିଦଙ୍କ ବଳିଦାନ ବୃଥା ଯିବ ନାହଁ ବୋଲି କହିଥିଲେ। ବିଜେପି ସରକାର ପୁଣି ଛତିଶଗଡ଼ରେ ଆସିବା ପରେ ନକ୍ସଲ ଦମନ ନେଇ ଜୋରଦାର ଅପରେସନ କରାଯିବା ସହ ନକ୍ସଲବାଦକୁ ଛତିଶଗଡ଼ରୁ ମୂଳୋତ୍ପାଟନ କରାଯିବ ବୋଲି କହିଥିଲେ। ସହିଦ ଯବାନଙ୍କ ପରିବାରଙ୍କୁ ସାକ୍ଷାତ କରି ସମବେଦନା ଜ୍ଞାପନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ରାୟପୁରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ୨ ଏସଟିଏଫ ଯବାନଙ୍କୁ ମଧ୍ୟ ଭେଟିଥିଲେ। ଆହତ ଯବାନ କୈଳାଶ ନେତାମଙ୍କୁ ଭେଟି ତାଂକ ସ୍ବାସ୍ଥ୍ୟବସ୍ଥା ପଚାରିଥିଲେ। ଯବାନ କୈଳାଶ କିନ୍ତୁ ଦୃଢୋକ୍ତି ସହ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ ସେ ଭଲ ହେଉ ହେଉ ପୁଣି ଜଂଗଲରେ ପଶି ନକ୍ସଲଙ୍କୁ ମାରିବେ। ଏହି କଥା ଶୁଣି ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଖୁସି ହୋଇଯାଇଥିଲେ।ଯବାନଙ୍କର ଏହି ମନବଳ ଯୋଗୁଁ ଆଗାମୀ ଦିନରେ ଛତିଶଗଡ଼ରୁ ନିଶ୍ଚିତ ଭାବେ ନକ୍ସଲବାଦ ସମାପ୍ତ ହେବ ବୋଲି କହିଥିଲେ। ତେବେ ଅନ୍ୟ ଜଣେ ଆହତ ଯବାନ ଲେଖରାମ ନେତାମ ଗୁରୁତର ଥିବାରୁ ତାଂକ ଅପରେସନ ଚାଲିଥିଲା। ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ତାଂକୁ ଭେଟିପାରିନଥିଲେ। ଦୁଇ ଯବାନ ତୁରନ୍ତ ସୁସ୍ଥ ହେବା ନେଇ ଆଶୁକାମନା କରିଥିଲେ ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ଏହି ଗୁଳିବିନିମୟରେ ୮ ଜଣ ନକ୍ସଲ ନିହତ ହୋଇଥିଲେ। ଏଥିସହ ଜଣେ ଏସଟିଏଫ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe