ଛତିଶଗଡ଼ ହୋଟେଲରେ ଗଣ୍ଡଗୋଳ: ବିଶାଳ ଦାସଙ୍କ ସମେତ ୧୩ ଜଣଙ୍କ ନାମରେ ମାମଲା

Advertisment

ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲିର ହୋଟେଲ ରାଧିକା ଇନ୍‌ରେ ବଳପୂର୍ବକ ପ୍ରବେଶ ଓ ଆତଙ୍କ ସୃଷ୍ଟି ଅଭିଯୋଗରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଓ ଅନ୍ୟ ୧୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲିର ହୋଟେଲ ରାଧିକା ଇନ୍‌ରେ ବଳପୂର୍ବକ ପ୍ରବେଶ ଓ ଆତଙ୍କ ସୃଷ୍ଟି ଅଭିଯୋଗରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଓ ଅନ୍ୟ ୧୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

hfhfhf

ଝାରସୁଗୁଡ଼ା: ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲିର ହୋଟେଲ ରାଧିକା ଇନ୍‌ରେ ବଳପୂର୍ବକ ପ୍ରବେଶ ଓ ଆତଙ୍କ ସୃଷ୍ଟି ଅଭିଯୋଗରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଓ ଅନ୍ୟ ୧୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଛତିଶଗଡ଼ ସରେଇପାଲି ପୁଲିସ ଅଭିଯୁକ୍ତଙ୍କୁ ଗତକାଲି ରାତି ୨ଟାରୁ ଅଟକ ରଖିଥିବା ବେଳେ ଆଜି ଅପରାହ୍ଣରେ ନୋଟିସ୍‌ ଦେଇ ସମସ୍ତଙ୍କୁ ଛାଡ଼ିଛି। ଏମାନଙ୍କ ମଧ୍ୟରେ କିଛି ସରପଞ୍ଚ ଓ ସମିତିସଭ୍ୟ ରହିଥିବା ଜଣାପଡ଼ିଛି। 

ହୋଟେଲ ମ୍ୟାନେଜର ପ୍ରବୀଣ ଭୋଇଙ୍କ ଏତଲା ଅନୁଯାୟୀ, ଗତକାଲି ଜଣେ ବ୍ୟକ୍ତିଙ୍କ ଦ୍ବାରା ଫୋନ୍‌ କଲ୍‌ ମାଧ୍ୟମରେ ୯ଟି ରୁମ୍‌ ବୁକ୍‌ କରାଯାଇଥିଲା। ରୁମ୍‌ ବୁକିଂ ହେବା ପରେ ପ୍ରାୟ ୧୫ ଜଣ ବ୍ୟକ୍ତି ଆସି ‌ହୋଟେଲରେ ରହିଥିଲେ। ହୋଟେଲ ଭଡ଼ା ବାବଦରେ ଯଦିଓ ୮ ହଜାର ଟଙ୍କା ପୈଠ ହୋଇଥିଲା, କିନ୍ତୁ ବାରମ୍ବାର କହିବା ସତ୍ତ୍ବେ ସେମାନେ ନିଜର ପରିଚୟପତ୍ର ଦେଇ ନଥିଲେ। ଶ୍ରୀ ଭୋଇଙ୍କ ଡ୍ୟୁଟି ଶେଷ ହେବା ପରେ ସେ ଘରକୁ ଚାଲି ଆସିଥିଲେ। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ  ହୋଟେଲରେ ଥିବା ଅନ୍ୟ ଜଣେ କର୍ମଚାରୀ ତ୍ରିନାଥ ଭୋଇ ତାଙ୍କୁ ଫୋନ୍‌ କରି ୧୦-୧୫ ଜଣ ବ୍ୟକ୍ତି ଆସି ହୋଟେଲର ସଟର ତାଡ଼ି ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ। ତ୍ରିନାଥ ତଳକୁ ଯାଇ ଦେଖିବା ବେଳକୁ ଉକ୍ତ ବ୍ୟକ୍ତିମାନେ ସଟର ତାଡ଼ି ଭିତରେ ପ୍ରବେଶ କରିସାରିଥିଲେ। ସେହି ସମୟରେ ହୋଟେଲ ବାହାରେ ମୁଖ୍ୟ ରାସ୍ତାରେ ପୁଲିସ୍‌ ପାଟ୍ରୋଲିଂ ଗାଡ଼ି ଯାଉଥିବା ଦେଖି ତ୍ରିନାଥ ସେମାନଙ୍କୁ ପାଟି କରି ଡାକିଥିଲେ।

ପୁଲିସ୍‌ ପହଞ୍ଚିବା ପରେ ଗାଡ଼ିରୁ ଡୋଳାମଣି ଭୋଇ ନାମକ ପୁଲିସ କର୍ମଚାରୀ ବାହାରିଥିଲେ। ତ୍ରିନାଥ ତାଙ୍କୁ ଘଟଣା ସମ୍ପର୍କରେ ଜଣାଇବା ବେଳକୁ ଭିତରେ ପୂର୍ବରୁ ଥିବା ୧୫ ଜଣ ଓ ପରେ ସଟର ତାଡ଼ି ପ୍ରବେଶ କରିଥିବା ବ୍ୟକ୍ତିମାନେ ପୁଲିସ୍‌ କର୍ମଚାରୀ ଶ୍ରୀ ଭୋଇଙ୍କୁ ଧକ୍କା ମାରି ନିଜ ନିଜ ଗାଡ଼ିକୁ ଚାଲି ଯାଇଥିଲେ। ଶୀଘ୍ର ଗାଡ଼ିରେ ବସି ଚାଲ କହି ସେମାନେ ସାଙ୍ଗରେ ଆଣିଥିବ‌ା ୬-୭ଟି ଗାଡ଼ିରେ ଜୟସ୍ତମ୍ଭ ଛକ ଆଡ଼କୁ ପଳାଇଥିଲେ। ଏହି ଘଟଣାରେ ସରେଇପାଲି ପୁଲିସ୍‌ ବିଏନ୍‌ଏସ୍‌ ଧାରା ୩୩୧(୪) ଓ ୧୯୧(୨)ରେ ସ୍ବରାଜ ଭୋଇ, ମନ ବାଘ, କୃଷ୍ଣଚନ୍ଦ୍ର ପ୍ରଧାନ, ସମୀର ପ୍ରଧାନ, ତପି ମରେଇ, ସିଦ୍ଧାର୍ଥ ଖରସେଲ୍‌, ରାକେଶ ସିହ୍ନା, ବିଶାଳ ଦାସ, ଗୋପାଳକୃଷ୍ଣ ପରସିଆ, ପ୍ରକାଶ ଦୀପ, ବିଶ୍ବନାଥ ତ୍ରିପାଠୀ, ଜଗତରାମ ନିଷାଦ, ସିଦ୍ଧାର୍ଥ ନାଥ ଓ ଅନ୍ୟ ୧୦-୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଆଜି ସମ୍ବଲପୁରରେ ଆଇଜି ହିମାଂଶୁ ଲାଲ ଗଣମାଧ୍ୟମକୁ ସୂଚନା ଦେଇ ଛତିଶଗଡ଼ରେ ହୋଇଥିବା ଝଗଡ଼ାକୁ କେନ୍ଦ୍ର କରି ସେଠାକାର ପୁଲିସ୍‌ ତଦନ୍ତ କରୁଛି ଓ ‌ଏହି ଘଟଣାରେ ଝାରସୁଗୁଡ଼ା ପୁଲିସ୍‌ର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe