ବେଆଇନ୍‌ କେନ୍ଦୁପତ୍ର ଯାଉଛି ଛତିଶଗଡ଼

ବେଆଇନ୍‌ କେନ୍ଦୁପତ୍ର ଯାଉଛି ଛତିଶଗଡ଼

DownToEarth

ବରଗଡ଼: ମହାନଦୀ ଜଳ ବିବାଦ ନେଇ ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ସଂପର୍କ ତିକ୍ତ ରହିଛି। କିନ୍ତୁ ଏହି ବିବାଦୀୟ ପରିସ୍ଥିତି ମଧ୍ୟରେ ଉଭୟ ରାଜ୍ୟର ମାଫିଅାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ବଢ଼ି ଚାଲିଛି। ପଦ୍ମପୁର, ଝାରବନ୍ଧ, ଗାଇସିଲାଟ୍‌ ବ୍ଲକରୁ ଅଂଗନଦୀରୁ ବାଲି ଚାଲାଣ ହୋଇ ଛତିଶଗଡ଼ ଯିବା କାହାକୁ ଅଛପା ନାହିଁ। ଉଭୟ ରାଜ୍ୟର ମାଫିଅା ମିଳିତ ଭାବେ ଏହି ରୢାକେଟ୍‌କୁ ନିୟନ୍ତ୍ରଣ କରୁଥିବାବେଳେ ପ୍ରଶାସନ କାହାରିକୁ ହାତ ମାରିବା ସାହସ ଜୁଟାଇ ପାରୁନି। ଏପରିକି ଏଠାରୁ ଛତିଶଗଡ଼କୁ ବାଲି ଚାଲାଣ ହେଉଥିବା ବେଳେ ସେଠାରୁ ନିଶାଦ୍ରବ୍ୟ ଓଡ଼ିଶାକୁ ପ୍ରବେଶ କରୁଛି।

ବେଧଡ଼କ୍‌ ଏହି କାରବାର ଚାଲୁଥିଲେ ହେଁ ଏହାର ରୋକ୍‌ ପାଇଁ କିଛି ବିହିତ ପଦକ୍ଷେପ ହୋଇନାହିଁ। ଏଭଳି ସ୍ଥିତିରେ ଓଡ଼ିଶା ସୀମାରୁ କେନ୍ଦୁପତ୍ର ଚୋରା ଚାଲାଣ ହୋଇ ବ୍ୟାପକ ମାତ୍ରାରେ ଛତିଶଗଡ଼ ଯାଉଛି। ସୂଚନା ମୁତାବକ, ଭଟଲି ରେଂଜ ବନାଞ୍ଚଳକୁ ଲାଗି ଛତିଶଗଡ଼ ସୀମା ରହିଛି। ତେଣୁ ଏଠାରୁ କିଛି ଅସାଧୁ ବନ ବିଭାଗ କର୍ମଚାରୀଙ୍କୁ ସହାୟତାରେ କେନ୍ଦୁପତ୍ର ଛତିଶଗଡ଼ ପଠାଯାଉଛି। ଏନେଇ ପୂର୍ବରୁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଅଭିଯୋଗ କରି ସାରିଲେଣି। ପଦ୍ମପୁର ଅଂଚଳରେ ମଧ୍ୟ ସମାନ ଧରଣର ନେଟୱର୍କ କାମ କରୁଥିବା କୁହାଯାଉଛି। କେନ୍ଦୁପତ୍ର ଫଡ଼ି ଯାଂଚ ପାଇଁ ଅଧିକାରୀମାନେ ତତ୍ପରତା ଦେଖାଇଲେ ଷ୍ଟକ୍‌କୁ ହେରଫେର କରିବା ପାଇଁ ନିଆଁ ଲଗାଇ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ମୁଖ୍ୟତଃ ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ଏହା ସଂଲଗ୍ନ ବନାଞ୍ଚଳରୁ କେନ୍ଦୁପତ୍ର ନିୟମିତ ଛତିଶଗଡ଼ ଚାଲାଣ ହେଉଛି। ଖୁଲମଖୁଲା ସଡ଼କ ପଥରେ ହିଁ ଏହି କାରବାର ଚାଲୁଛି। କିନ୍ତୁ ଏହି ରାକେଟ୍‌ ଉପରେ କାହାରି ରୋକ୍‌ ଲାଗୁ ନଥିବାରୁ  ଉଭୟ ରାଜ୍ୟର ମାଫିଅାମାନେ ହାତ ମିଳାଇ ଜୋର୍‌ ମୁନାଫା ପାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe