ଛତିଶଗଡ଼ ଜଗନ୍ନାଥ ମନ୍ଦିରରେ ଓଡ଼ିଆ କାରିଗରୀ: ପ୍ରଭୁଙ୍କ ପାଇଁ ଆଭୂଷଣ ପଠାଇଲେ କଣ୍ଟିଲୋର କାରିଗର

ଛତିଶଗଡ଼ ଜଗନ୍ନାଥ ମନ୍ଦିରରେ ଓଡ଼ିଆ କାରିଗରୀ: ପ୍ରଭୁଙ୍କ ପାଇଁ ଆଭୂଷଣ ପଠାଇଲେ କଣ୍ଟିଲୋର କାରିଗର

କଣ୍ଟିଲୋ: ଛତିଶଗଡ଼ରେ ଥିବା ଜଗନ୍ନାଥ ମନ୍ଦିରରେ କଣ୍ଟିଲୋର କଂସାବାସନ କାରିଗରଙ୍କର କଳାକୃତି ସ୍ଥାନ ପାଇଛି। ଜଣେ ଓଡ଼ିଆ କାରିଗରଙ୍କ ପାଇଁ ଏହି ସୁ‌ଯୋଗ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ। ସେ ହେଉଛନ୍ତି, କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ଅଖିଳ ମହାପାତ୍ର। ନୟାଗଡ଼ ଜିଲ୍ଲା କଣ୍ଟିଲୋର କଂସା ପିତ୍ତଳ ଶିଳ୍ପର ପ୍ରସିଦ୍ଧି ଦେଶ ବିଦେଶରେ ରହିଛି। କ୍ରମେ ଏହି ପାରମ୍ପରିକ ଶିଳ୍ପ ଆଧୁନିକ ଯୁଗରେ କିଛିଟା ମାନ୍ଦା ପଡ଼ିଥିଲେ ମଧ୍ୟ ଏହାର ଗୁରୁତ୍ବ କମିନାହିଁ। ଏବେ ବି କିଛି କାରିଗର ମୌଳିକତା ବଜାୟ ରଖିବା ସହ ନିଜ କୌଳିକ ବୃତ୍ତିର ପରାକାଷ୍ଠ ପ୍ରଦର୍ଶନ ପୂର୍ବକ ବିଭିନ୍ନ କଳାକୃତି ନିର୍ମାଣ କରି କଣ୍ଟିଲୋ କଂସାବାସନ ଶିଳ୍ପକୁ ବଞ୍ଚାଇ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଅଖିଳ ମହାପାତ୍ର ଅନ୍ୟତମ।

ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ନିକଟରେ କଂସା ଓ ପିତ୍ତଳରେ ଜଗନ୍ନାଥଙ୍କ ବିଭିନ୍ନ ଆଭୂଷଣ ଯଥା ଶ୍ରୀବାହୁ, ଶ୍ରୀପୟର, କୁଣ୍ଡଳୀ, ଚିତା, କାନ୍ତି ଓ କିରିଟ ନିଜ ହାତରେ ପ୍ରସ୍ତୁତ କରି ଛତିଶଗଡ଼ ରାଇଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରକୁ ପଠାଇଛନ୍ତି। ମନ୍ଦିର କର୍ତ୍ତୃପକ୍ଷ ଏନେଇ ଶ୍ରୀ ମହାପାତ୍ରଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କୁ ଆଭୂଷଣ ତିଆରି ପାଇଁ ବରାଦ ଦେଇଥିଲେ। ସମସ୍ତ ଆଭୂଷଣ ନିର୍ମାଣ ପାଇଁ ତାଙ୍କୁ ପ୍ରାୟ ୪ ମାସ ସମୟ ଲାଗିଥିବା ଶ୍ରୀ ମହାପାତ୍ର କହିଛନ୍ତି। ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏହା ପାଇବା ପରେ ଶ୍ରୀ ମହାପାତ୍ରଙ୍କ ଉଦ୍ୟମ ଓ ସହଯୋଗକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe