ଓଡ଼ିଶାମୁହାଁ ଛତିଶଗଡ଼ ନକ୍ସଲ: ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି ମାଓ ନେତା ଉଦୟ, ସୁରେଶ

Advertisment

ଛତିଶଗଡ଼ରେ ଯବାନଙ୍କ ଘନଘନ ଆକ୍ରମଣ ପରେ ଓଡ଼ିଶା ମୁହାଁ ହୋଇଛନ୍ତି ନକ୍ସଲ। ଛତିଶଗଡ଼ ଓ ତେଲେଙ୍ଗାନାର ଜଙ୍ଗଲକୁ ଯବାନ ଘେରି ରହିଥିବାରୁ ଏନ୍‌କାଉଣ୍ଟର୍‌ରୁ ବର୍ତ୍ତିବାକୁ ପଡ଼ୋଶୀ ରାଜ୍ୟର ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି ନକ୍ସଲ।

ଛତିଶଗଡ଼ରେ ଯବାନଙ୍କ ଘନଘନ ଆକ୍ରମଣ ପରେ ଓଡ଼ିଶା ମୁହାଁ ହୋଇଛନ୍ତି ନକ୍ସଲ। ଛତିଶଗଡ଼ ଓ ତେଲେଙ୍ଗାନାର ଜଙ୍ଗଲକୁ ଯବାନ ଘେରି ରହିଥିବାରୁ ଏନ୍‌କାଉଣ୍ଟର୍‌ରୁ ବର୍ତ୍ତିବାକୁ ପଡ଼ୋଶୀ ରାଜ୍ୟର ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି ନକ୍ସଲ।

sfsfsfsf

ମାଲକାନଗିରି: ଛତିଶଗଡ଼ରେ ଯବାନଙ୍କ ଘନଘନ ଆକ୍ରମଣ ପରେ ଓଡ଼ିଶା ମୁହାଁ ହୋଇଛନ୍ତି ନକ୍ସଲ। ଛତିଶଗଡ଼ ଓ ତେଲେଙ୍ଗାନାର ଜଙ୍ଗଲକୁ ଯବାନ ଘେରି ରହିଥିବାରୁ ଏନ୍‌କାଉଣ୍ଟର୍‌ରୁ ବର୍ତ୍ତିବାକୁ ପଡ଼ୋଶୀ ରାଜ୍ୟର ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି ନକ୍ସଲ। ଯବାନଙ୍କ ଗୁଳିରେ ବଡ଼ କ୍ୟାଡର୍‌ ଟଳିବା ପରେ ନକ୍ସଲ ସଂଗଠନ ଦୁର୍ବଳ ହେଉଥିବାରୁ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଷ୍ଟେଟ୍‌ ଜୋନାଲ୍‌ କମିଟି (ଏସ୍‌ଜେଡ୍‌ସି) ସଦସ୍ୟ ଉଦୟ ଓ ସୁରେଶ ଏବେ ମାଲକାନଗିରି ମୁହାଁ ହୋଇଛନ୍ତି। ଏମାନେ ଜିଲ୍ଲାର ବିଭିନ୍ନ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ବୁଧବାର କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ପେଟାଗୁଡ଼ା ଜଙ୍ଗଲରୁ ଏରିଆ କମିଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜମ ହିଡ଼ମା ଗିରଫ ପରେ ଏହା ସ୍ପଷ୍ଟ ହୋଇଛି। ମାଓନେତା ସୁରେଶକୁ ସୁରକ୍ଷିତ ସ୍ଥାନକୁ ନେବାକୁ ୫ ନକ୍ସଲ ବୈପାରିଗୁଡ଼ା ଅଭିମୁଖେ ବାହାରିଥିଲେ। ପୁଲିସ ସୂଚନା ପାଇ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲା।

ସୁରେଶ ସମେତ ଅନ୍ୟ ୪ ନକ୍ସଲ ଖସି ଯାଇଥିବା ବେଳେ ହିଡ଼ମାକୁ ଡିଭିଏଫ୍ ଯବାନ ଗିରଫ କରିବାରେ ସକ୍ଷମ ହୋଇଥିଲେ। ସେହିପରି ମାଓନେତା ଉଦୟ ମଧ୍ୟ ୧୦ରୁ ୧୨ ସାଥୀକୁ ନେଇ ସୁରକ୍ଷିତ ସ୍ଥାନ ଖୋଜିବାକୁ ଜଙ୍ଗଲରୁ ଜଙ୍ଗଲ ଘୂରି ବୁଲୁଛି। ଗୁଇନ୍ଦା ସୂଚନା ପରେ ମାଲକାନଗିରି ପୁଲିସ ସଜାଗ ହୋଇଛି। କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁ ମେ ୨୧ ତାରିଖ ଏନ୍‌କାଉଣ୍ଟର୍‌ରେ ନିହତ ହେବା ପରେ ନାରାୟଣପୁର ପୁଲିସ ତାଙ୍କ ଡାଏରିରୁ ଏକ ଲେଖା ଉଦ୍ଧାର କରିଛି। ଯେଉଁଥିରେ ବାସବରାଜୁ ନିଜର ସାଥୀ କମ୍ରେଡଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଆହ୍ବାନ ଦେଇଛନ୍ତି। ଏନ୍‌କାଉଣ୍ଟର୍‌ରେ ନକ୍ସଲଙ୍କ ମୃତ୍ୟୁ ସହିତ ଲଗାତାର ଶୀର୍ଷ ନେତା ସହ ଅନ୍ୟ କ୍ୟାଡର ବିଭିନ୍ନ ରାଜ୍ୟରେ ଆତ୍ମସମର୍ପଣ କରୁଛନ୍ତି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡ଼କୁ ନକ୍ସଲ ମୁକ୍ତ ପାଇଁ ହୋଇଥିବା ପଣକୁ ପୂରା କରିବାରେ ଲାଗିପଡ଼ିଛନ୍ତି ପୁଲିସ ଓ କେନ୍ଦ୍ରୀୟ ଯବାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe