ସହଯୋଗ କରୁନି ଛତିଶଗଡ଼: ମୁଖ୍ୟଯନ୍ତ୍ରୀ

Advertisment

ବୈଠକକୁ ଡାକିଲେ ଆସୁନି

ବୈଠକକୁ ଡାକିଲେ ଆସୁନି

ହୀରାକୁଦର ଦୁଃଖ

WordPress.com

ସମ୍ବଲପୁର : ସହଯୋଗ କରୁନି ଛତିଶଗଡ଼। ନିଜ ଜଳଭଣ୍ଡାର ଆଉ ବ୍ୟାରେଜଗୁଡ଼ିକରୁ ପାଣି ଛାଡ଼ୁଛି, ଅଥଚ ଓଡ଼ିଶାକୁ କୌଣସି ପ୍ରକାର ତଥ୍ୟ ଦେଉନାହିଁ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୁଖ୍ୟଯନ୍ତ୍ରୀ ତଥା ଉପର ମହନଦୀ ‌ଅବବାହିକା ପରିଚାଳକ ଆନନ୍ଦ ଚନ୍ଦ୍ର ମିଶ୍ର। ଇଂ. ମିଶ୍ର କହିଛନ୍ତି ଯେ ୨୦୧୯ ମସିହାରୁ ଏହି ଧାରା ଆରମ୍ଭ ହୋଇଛି। ଆଗରୁ ପ୍ରତିବର୍ଷ ଜାତୀୟ ବନ୍ଧ ସୁରକ୍ଷା କମିଟି (ଏନ୍‌ସିଡିଏସ୍‌)ର ଉପକମିଟି ବୈଠକରେ ଛତିଶଗଡ଼ ଯୋଗ ଦେଉଥିଲା। ଏହି ଉପକମିଟି ବୈଠକ ଗୋଟିଏ ବର୍ଷ ଛତିଶଗଡ଼ରେ ତ ଅନ୍ୟ ବର୍ଷ ଓଡ଼ିଶାରେ ଏଭଳି ପାଳି ଅନୁଯାୟୀ ଅନୁଷ୍ଠିତ ହେଉଥିଲା। ହେଲେ ଏବେ ବ୍ୟତିକ୍ରମ ଘଟିଛି। ଆମେ ବୈଠକ ଡାକିଲେ ଆସୁନି କି ଛତିଶଗଡ଼ ଆମକୁ ଡାକୁନି।

ଏହି ବୈଠକରେ ମହାନଦୀର କ୍ୟାଚ୍‌ମେଣ୍ଟ ଅଂଚଳରେ ପାଣିପାଗ ସୂଚନା, ବର୍ଷା, ବନ୍ୟା ପରିଚାଳନା ସଂପର୍କିତ ତଥ୍ୟ ଆଦାନ ପ୍ରଦାନରେ ସଂପର୍କରେ ଆଲୋଚନା ହେଉଥିଲା। କେନ୍ଦ୍ର ଜଳ ଆୟୋଗ ଜରିଆରେ ବୈଠକ ଡାକିଲେ ବି ଛତିଶଗଡ଼ ଆଉ ସହଯୋଗ କରୁନାହିଁ ବୋଲି ଇଂ. ସାହୁ କହିଛନ୍ତି। ତେବେ, ଛତିଶଗଡ଼ ରାଜ୍ୟ ସୀମାରେ ଓଡ଼ିଶା ସରକାରଙ୍କ ୫ଟି ଗେଜ୍ ଷ୍ଟେସନରେ ନିୟୋଜିତ କର୍ମଚାରୀଙ୍କ ତଥ୍ୟ, କେନ୍ଦ୍ର ଜଳ ଆୟୋଗର ତଥ୍ୟ ଏବଂ ଭାରତୀୟ ପାଣିପାଗ ବିଭାଗର ତଥ୍ୟକୁ ଆଧାରକରି ଜଳ ପରିଚାଳନା କରାଯାଉଛି ବୋଲି ଇଂ. ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe