ଛତିଶଗଡ଼ ପୁଲିସର ଦବଙ୍ଗଗିରି : ଚାଷୀ ସହ ଧାନ ଉଠାଇନେଲେ

Advertisment
ଛତିଶଗଡ଼ ପୁଲିସର ଦବଙ୍ଗଗିରି : ଚାଷୀ ସହ ଧାନ ଉଠାଇନେଲେ

blog.madguy.co

ଝାରସୁଗୁଡ଼ା : ଓଡ଼ିଶ‌ା ସୀମ‌ାରେ ଆଜି ଛତିଶଗଡ଼ ଚାଷୀଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଚାଷୀଙ୍କ ସହିତ ଅମଳ ‌ହୋଇଥିବା ଧାନ ଉଠାଇ ନେଇଛନ୍ତି। ଅଭିଯୋଗ ଅନୁସାରେ, ଲଖନପୁର ବ୍ଲକ୍‌ କନକତୋରା ଗ୍ରାମର ଚାଷୀ ମନୋଜ ମେହେର ଶନିବାର ସନ୍ଧ୍ୟାରେ ନିଜ ବିଲରୁ ଧାନ କାଟି ଘରକୁ ନେଉଥିଲେ। ଏହି ସମୟରେ ଛତିଶଗଡ଼ ପୁଲିସ ସେଠାରେ ପହଞ୍ଚି ଛତିଶଗଡ଼ ଅଂଚଳର ଧାନ ଚାଲାଣ କରୁଛ କହି ଧାନ ଗାଡ଼ି ସହିତ ମନୋଜଙ୍କୁ ରାୟଗଡ଼ ଥାନାକୁ ନେଇ ଯାଇଥିଲା। ପରେ ରାତି ୨ଟାରେ ପୁଲିସ ମନୋଜଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ତାଙ୍କ ଧାନ ଭର୍ତ୍ତି ଗାଡ଼ିକୁ ଥାନାରେ ଅଟକ ରଖିଛି। ଆଜି ଏହି ଘଟଣା ପରେ କନକତୋରା ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶତାଧିକ ଲୋକ ଛତିଶଗଡ଼ ପୁଲିସ ବିରୋଧରେ ରେଙ୍ଗାଲି ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe