ଓଡ଼ିଶା ମିଲ୍‌ରେ ଛତିଶଗଡ଼ ଧାନ: ବରଗଡ଼ ପାରି ହୋଇ ଯାଉଛି ସୁବର୍ଣ୍ଣପୁର!

Advertisment

ଛତିଶଗଡ଼ରୁ ଧାନ ଆସୁଛି। ବରଗଡ଼ ଜିଲ୍ଲା ବାଟଦେଇ ଏହା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାଉଛି। କାଁଭାଁ ଧରପଗଡ଼ ହେଉଛି। ବିଶେଷ କରି ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କିଛି ମିଲର୍ସ ସୁବର୍ଣ୍ଣପୁର ଜିଲ୍ଲାରେ ରାଇସ୍‌ ମିଲ୍‌ କରିଛନ୍ତି।

ଛତିଶଗଡ଼ରୁ ଧାନ ଆସୁଛି। ବରଗଡ଼ ଜିଲ୍ଲା ବାଟଦେଇ ଏହା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାଉଛି। କାଁଭାଁ ଧରପଗଡ଼ ହେଉଛି। ବିଶେଷ କରି ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କିଛି ମିଲର୍ସ ସୁବର୍ଣ୍ଣପୁର ଜିଲ୍ଲାରେ ରାଇସ୍‌ ମିଲ୍‌ କରିଛନ୍ତି।

scscscsxxx

ବରଗଡ଼: ଛତିଶଗଡ଼ରୁ ଧାନ ଆସୁଛି। ବରଗଡ଼ ଜିଲ୍ଲା ବାଟଦେଇ ଏହା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାଉଛି। କାଁଭାଁ ଧରପଗଡ଼ ହେଉଛି। ବିଶେଷ କରି ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କିଛି ମିଲର୍ସ ସୁବର୍ଣ୍ଣପୁର ଜିଲ୍ଲାରେ ରାଇସ୍‌ ମିଲ୍‌ କରିଛନ୍ତି। ସେମାନେ ଚତୁରତାର ସହ ବରଗଡ଼ ଜିଲ୍ଲା ପାରି କରି ଧାନକୁ ସୁବର୍ଣ୍ଣପୁର ଜିଲ୍ଲାକୁ ନେଉଛନ୍ତି। ସୁବର୍ଣ୍ଣପୁରରେ ରବି ଧାନକିଣା ଟାର୍ଗେଟ୍‌ କମ୍‌ ରହିଥାଏ। ଏଣୁ ରାଇସ୍‌ ମିଲ୍‌ଗୁଡିକରେ ଏବେ ଛତିଶଗଡ଼ ଧାନ ଭର୍ତ୍ତି ହୋଇ ରହିଛି। ପ୍ରତିଦିନ ଶହଶହ ଧାନ ବୋଝେଇ ଟ୍ରକ୍‌ ଛତିଶଗଡ଼ରୁ ଆସି ବରଗଡ଼ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ସୁବର୍ଣ୍ଣପୁରକୁ ଯାଉଛି। ଛତିଶଗଡ଼ ଧାନ ମୁଖ୍ୟତଃ ଛତିଶଗଡ଼ରୁ ସୋହେଲା ଓ ଅମ୍ବାଭୋନା ଦେଇ ବରଗଡ଼ ଜିଲ୍ଲାରେ ପ୍ରବେଶ କରୁଛି ଓ ବରପାଲି ଦେଇ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର, ବିନିକା, ଡୁଙ୍ଗୁରିପାଲି ଅଭିମୁଖେ ଯାଉଥିବା ଅଭିଯୋଗ ହେଉଛି।

ବରଗଡ଼ ପାରି ହୋଇ ଯାଉଛି ସୁବର୍ଣ୍ଣପୁର!
ଧରାପଡୁଛନ୍ତି ଡ୍ରାଇଭର, ମିଲର୍ସଙ୍କୁ ଛାଡ଼

ସୂଚନାଯୋଗ୍ୟ ଯେ, ଛତିଶଗଡ଼ରୁ ଆସୁଥିବା ଧାନଗାଡ଼ିକୁ ଧରପଗଡ଼ ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି। ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅଞ୍ଚଳରେ ଦୁଇଟି ଟ୍ରକ୍‌ ଜବତ ହୋଇଥିଲା। ସେ ନେଇ ଥାନାରେ ମଧ୍ୟ ମାମଲା ହୋଇଥିଲା। ସେହିପରି ବରଗଡ଼ ଯୋଗାଣ ବିଭାଗ ଦୁଇଟି ଟ୍ରକ୍‌ ଜବତ କରିଥିଲା। ଉକ୍ତ ଟ୍ରକ୍‌ର ଧାନକୁ ରାଇସ୍‌ ମିଲ୍‌ର ଜିମା ଦେବାପରେ ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି। ହେଲେ ଜବତ ହୋଇଥିବା ୪ଟି ଟ୍ରକ୍‌ର ଧାନ କାହାର? କେଉଁଠିକୁ ଯାଉଥିଲା? କେଉଁ ରାଇସ୍‌ମିଲ୍‌ ଯିବାର ଥିଲା? ଏ ନେଇ କୌଣସି ସୂଚନା ତଦନ୍ତ ରିପୋର୍ଟରେ ଅଧିକାରୀମାନେ ଉଲ୍ଲେଖ କରିନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, କେବଳ ଡ୍ରାଇଭରମାନଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଠିକ୍‌ ସେହିପରି ନିକଟରେ ଛତିଶଗଡ଼ରୁ ଆସିଥିବା ଧାନ ବରଗଡ଼ ଦେଇ ସୁବର୍ଣ୍ଣପୁର ଜିଲ୍ଲାର ‘ସାଇ ଫୁଡ୍‌’ ନାମକ ଏକ ରାଇସ୍‌ମିଲ୍‌କୁ ଯାଉଥିଲା। ଦୁଇଟି ଧାନ ବୋଝେଇ ଟ୍ରକ୍‌କୁ ଚାଷୀମାନେ ଅଟକ ରଖିଥିଲେ। ଏ ନେଇ ପୁଲିସ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। ସେହି ଘଟଣାରେ ମଧ୍ୟ ସୁବର୍ଣ୍ଣପୁର ଯୋଗାଣ ବିଭାଗ ମିଲର୍‌ଙ୍କୁ ଅନୁକମ୍ପା ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି। ଛତିଶଗଡ଼ ଧାନ ଆରାମରେ ବିଭିନ୍ନ ଜିଲ୍ଲାର ରାଇସ୍‌ ମିଲ୍‌କୁ ପଶୁଥିଲେ ବି କଡ଼ାକଡ଼ି ଯାଞ୍ଚ ହେଉନଥିବାରୁ ଏହି କାରବାର ଜୋର୍‌ଦାର ଚାଲିଛି। ରବି ଧାନକିଣା ଆରମ୍ଭରୁ ଏ ପର୍ଯ୍ୟନ୍ତ ଛତିଶଗଡ଼ରୁ ପ୍ରତ୍ୟହ ଧାନ ବୋଝେଇ ଟ୍ରକ୍‌ ସବୁ ବରଗଡ଼ ଦେଇ ବିଭିନ୍ନ ଜିଲ୍ଲାକୁ ଯାଉଛି। ସବୁଠୁ ଅଧିକ ସୁବର୍ଣ୍ଣପୁର ଜିଲ୍ଲାକୁ ଯାଇଥିବା ସନ୍ଦେହ କରାଯାଉଛି। ଏଣୁ ବରଗଡ଼ ଜିଲ୍ଲା ସମେତ ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲାର ରାଇସ୍‌ ମିଲ୍‌ଗୁଡ଼ିକର ଷ୍ଟକ୍‌ ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଗଲେ ବେଆଇନ କାରବାର ସାମନାକୁ ଆସିବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe