ଧାନ ସଂଗ୍ରହରେ ପି-ପାସ୍‌ ବ୍ୟବସ୍ଥା ଦେଖିବାକୁ ଆସିଛନ୍ତି ଛତିଶଗଡ଼ ଟିମ୍‌

Advertisment
ଧାନ ସଂଗ୍ରହରେ ପି-ପାସ୍‌ ବ୍ୟବସ୍ଥା ଦେଖିବାକୁ ଆସିଛନ୍ତି ଛତିଶଗଡ଼ ଟିମ୍‌

ଭୁବନେଶ୍ବର : ସାଟେଲାଇଟ ଜରିଆରେ ଧାନ ଚାଷ ଫଟୋ ଉତ୍ତୋଳନ କରି ପ୍ରକୃତରେ କେତେ ଜମିରେ ଚାଷ ହେଉଛି ଏବଂ ସେହି ଅନୁଯାୟୀ ପି-ପାସ୍‌ ଜରିଆରେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଦିଆଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକ୍ରିୟା ଲାଗୁ କରାଯାଉଛି। ଏହାକୁ ନେଇ ଚାଷୀ ସଙ୍ଗଠନ ମଧ୍ୟରେ ଅନେକ ଅସନ୍ତୋଷ ଥିଲେ ମଧ୍ୟ ସରକାରଙ୍କ ଅନୁସାରେ କିନ୍ତୁ, ସାଟେଲାଇଟ ଫଟୋ ଉତ୍ତୋଳନ କରାଯାଇ ମଣ୍ଡି ବ୍ୟବସ୍ଥାକୁ ଦଲାଲଙ୍କ କବଳରୁ ମୁକ୍ତ କରାଯାଇ ପାରୁଛି।

ବର୍ତ୍ତମାନ ଧାନ ସଂଗ୍ରହ ବ୍ୟବସ୍ଥାରେ ଓଡ଼ିଶାରେ ଲାଗୁ ଏହା ପ୍ରକ୍ରିୟାକୁ ଦେଖିବା ପାଇଁ ଛତିଶଗଡ଼ର ୪ ଜଣିଆ ଟିମ୍‌ ଭୁବନେଶ୍ବର ଆସିଛନ୍ତି। ଟିମ୍‌ର ନେତୃତ୍ବ ନେଉଥିବା ଦିଲ୍ଲୀପ ଜୟସ୍ବାଲ ଗୁରୁବାର ସକାଳେ ପ୍ରଥମେ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ଶୁଭମ ସକ୍ସସେନାଙ୍କ ଠାରୁ ପି-ପାସ୍‌ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ରିମୋଟ ସେନ୍ସିଂ ଆପ୍ଲିକେସନ ସେଣ୍ଟର ଜରିଆରେ ଏହା କିଭଳି କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଜାଣିଥିଲେ। ଶୁକ୍ରବାର ଏହି ଟିମ୍‌ ପୁରୀ ଯିବ ଏବଂ ଜମିରେ କିଭଳି କାର୍ଯ୍ୟ କରୁଛି ତାହା ଦେଖିବ। ଟିମ୍‌ରେ ରାହୁଲ ଅନ୍ଦ୍ରାସ୍କର, ମନୁ ଗୌରବ ସିଂ ଏବଂ ଏନଆଇସିର ବରିଷ୍ଠ ପ୍ରତିନିଧିମାନେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe