ନୂଆପଡ଼ା ସୀମାନ୍ତ ଜଙ୍ଗଲ ଉପରେ ଛତିଶଗଡ଼ିଆଙ୍କ ଆଖି: ୧୦ ଏକର ଜଙ୍ଗଲ ଗଛ ନଷ୍ଟ କଲେଣି 

୩୭ ବର୍ଷ ପରେ ଆସିଲା ରାୟ, ୯ ଅଭିଯୁକ୍ତଙ୍କୁ ୩ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ

ନୂଆପଡ଼ା/ସିନାପାଲି : ନୂଆପଡ଼ା ଜିଲ୍ଲାର ନୂଆମାଲପଡ଼ା ଛତିଶଗଡ଼ ସୀମାନ୍ତକୁ ଲାଗିଛି। ଏହାର ଜମି, ଜଙ୍ଗଲ, ପାଣି ଅସୁରକ୍ଷିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଗତ ୩ବର୍ଷ ଧରି ନୂଆମାଲପଡ଼ା ସୀମାନ୍ତ ଜମି ବିବାଦ ତୁଟି ନାହିଁ। ଏହାରି ମଧ୍ୟରେ ଓଡ଼ିଶା ଜଙ୍ଗଲ ଉପରେ ପୁଣି ଛତିଶଗଡ଼ ଲୋକେ ଆଖି ପକାଇଲେଣି। ଜବରଦଖଲ କରି ଜଙ୍ଗଲର ପ୍ରାୟ ୧୦ ଏକର ଜମିର ଗଛ ନଷ୍ଟ କରିଛନ୍ତି ବୋଲି ବନ ସୁରକ୍ଷା ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି। କୋଇଲାଖଳା ସଂରକ୍ଷିତ ଗେଘାଟି ଜଙ୍ଗଲ ଗଛକୁ ଛତିଶଗଡ଼ ବନୁଆପଡ଼ା ଗାଁଲୋକେ ଜବରଦଖଲ କରି କାଟିବାରେ ଲାଗିଛନ୍ତି। ସେଠାରେ ମକା ଏବଂ ପୋଡୁ ଚାଷ କରିବା ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି।

publive-image

ନୂଆମାଲପଡ଼ା ଗେଘାଟି ଜଙ୍ଗଲ ତଟରେ ଅନ୍ତଃରାଜ୍ୟ ସୀମା ଫଳକ ଲାଗିଛି। ଏହି ସୀମା ଫଳକର ତଳି ଅଞ୍ଚଳ ଛତିଶଗଡ଼ ଅଧୀନରେ। ଉପର ପାର୍ଶ୍ବରେ ରହିଛି କୋଇଲା ଖଳା ଗେଘାଟି ଜଙ୍ଗଲ ଯାହା ଓଡ଼ିଶା ଅଧୀନରେ। ଛତିଶଗଡ଼ ରାଜ୍ୟର ବାସିନ୍ଦା ଏହି ଫଳକକୁ ଅତିକ୍ରମ କରି ଓଡ଼ିଶାର ଜଙ୍ଗଲକୁ କାଟିଛନ୍ତି। ଏହି କୋଇଲା ଖଣି ୧୯ କିମି ଲମ୍ବି ରହିଥିବା ବେଳେ ଶାଗୁଆନ୍‌, ସରଗି, ଧଉଁରା ଭଳି ମୂଲ୍ୟବାନ୍‌ ବୃକ୍ଷ ରହିଛି। ବନୁଆପଡ଼ା ଗ୍ରାମବାସୀ ଏହି ଗଛ କାଟି ମକାଚାଷ ପାଇଁ ପଡ଼ିଆ ତିଆରି କରୁଛନ୍ତି। ନୂଆମାଲପଡ଼ା ବନସୁରକ୍ଷା ସମିତି ସଦସ୍ୟମାନେ ସ୍ଥାନୀୟ ଫରେଷ୍ଟର, ଫରେଷ୍ଟ ଗାର୍ଡକୁ ଜଣାଇଥିଲେ ମଧ୍ୟ ସେମାନେ ଦୃଷ୍ଟି ଦେଉନଥିବାରୁ ବନସୁରକ୍ଷା ସମିତି ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଜଙ୍ଗଲକୁ ସୁରକ୍ଷା ଯୋଗାଇବା ସହ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଡ଼ିଆଳ ବନଖଣ୍ଡ ଏସିଏଫ ଜୟରାମ ଶବର କହିଛନ୍ତି। ଜିଲ୍ଲାର ବିଭିନ୍ନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଛତିଶଗଡ଼ ସରକାର ଜବରଦଖଲ କରୁଥିବା ଅଭିଯୋଗ ହେଉଛି। ତେଣୁ ଛତିଶଗଡ଼ ଏବଂ ଓଡ଼ିଶା ପ୍ରଶାସନ ମିଳିତ ଭାବେ ଏକ ଜରୁରୀ ବୈଠକ କରି ଏହାର ସମାଧାନ କରିବାକୁ ଉଜଳ ସିଂ ମାଝୀ, ସ୍ଥାନୀୟ ୱାର୍ଡମେମ୍ବର ଭୂଜନ ନାଗେଶ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe