କୁକୁଡ଼ା ମଡ଼କ: ୩୦୦ରୁ ଅଧିକ କୁକୁଡ଼ା ମଲେ

Advertisment

ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ କୁକୁଡ଼ା ମଡ଼କ । ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ....

ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ କୁକୁଡ଼ା ମଡ଼କ । ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ....

More than 300 chickens died

More than 300 chickens died Photograph: (sambad.in)

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ କୁକୁଡ଼ା ମଡ଼କ । ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ।

ଫାର୍ମ ମାଲିକ ଏନେଇ ପ୍ରାଣୀ ବିଭାଗ ଅଧିକାରୀଙ୍କୁ ଅବଗତ କରିଛନ୍ତି। ବିଭାଗୀୟ ଅଧିକାରୀ ଆସି ନମୁନା ସଂଗ୍ରହ କରିବା ପରେ ଜଣାପଡ଼ିବ କେଉଁ କାରଣ ପାଇଁ ଏଭଳି ପରିସ୍ଥିତି ଘଟିଲା।

ଏତେ ପରିମାଣ କୁକୁଡ଼ା ମରିବା ଫଳରେ ଚାଷୀ ଜଣକ ହତାଶ ହୋଇ ପଡିଛନ୍ତି। ପାଖାପାଖି ଏକ ଲକ୍ଷ ଟଙ୍କାର କ୍ଷତି ହୋଇଛି ବୋଲି କହିଛନ୍ତି। ଅନ୍ୟ ପଟରେ କେବଳ ମଖି ଅଞ୍ଚଳ ନୁହଁ ବିଭିନ୍ନ ସ୍ଥାନମାନଙ୍କରେ ଏମିତି କୁକୁଡ଼ା ମଡ଼କ ହେଉଥିବା କୁହାଯାଉଛି। ଏହାକୁ ବାର୍ଡ ଫ୍ଲୁ ବୋଲି ସନ୍ଦେହ କରାଯାଉଛି।

 Jagatsinghpur | birdflu 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe