ହାତରୁ ସ୍ମାର୍ଟ ୱାଚ୍ ଖୋଲି ମତଦାନ କେନ୍ଦ୍ରରେ ଭୋଟ୍ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ହାତରୁ ସ୍ମାର୍ଟ ୱାଚ୍ ଖୋଲି ମତଦାନ କେନ୍ଦ୍ରରେ ଭୋଟ୍ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ତେବେ ସଚେତନତା ଅଭାବରୁ କେତେକ ଭୋଟର ବୁଥ୍‌ ଭିତରକୁ ମୋବାଇଲ ଫୋନ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ଏହାର ପାଳନ ନ କରା ଯିବାରୁ ସାମ୍ବାଦିକ ସମ୍ମିଳନୀ କରି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଭୋଟରଙ୍କୁ ସଚେତନ କରାଇଥିଲେ ।

କୌଣସି ଅଧିକାରୀ ଅବା ଭୋଟର କେହି ମଧ୍ୟ ବୁଥ ଭିରତକୁ ମୋବାଇଲ ନେଇପାରିବେ ନାହିଁ। ଏପରିକି ମେବାଇଲ ଫୋନ୍‌କୁ ସ୍ୱିଚ୍ ଅଫ୍ କରି କହେି ବୁଥ୍‌କୁ ନେଇପାରିବେ ନାହିଁ ବୋଲି ସେ ଅପିଲ କରିଛନ୍ତି । ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ ବାରଣ କରାଯାଇଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଯାଇ ମତଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe