ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ବୋର୍ଡର କୁବେର ମୁଖ୍ୟଯନ୍ତ୍ରୀ

Advertisment

ଭୁବନେଶ୍ବର, ପୁରୀରେ ୩ ଫ୍ଲାଟ୍, ୩ ଜମି, ୭୦ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୭ ଜାଗାରେ ଚଢ଼ଉ, ୧୭ ଅଧିକାରୀ ସାମିଲ

ଭୁବନେଶ୍ବର, ପୁରୀରେ ୩ ଫ୍ଲାଟ୍, ୩ ଜମି, ୭୦ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୭ ଜାଗାରେ ଚଢ଼ଉ, ୧୭ ଅଧିକାରୀ ସାମିଲ

ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ବୋର୍ଡର କୁବେର ମୁଖ୍ୟଯନ୍ତ୍ରୀ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ଧରାପଡ଼ିଛନ୍ତି। ଭିଜିଲାନ୍ସର ଏକାଧିକ ଟିମ୍ ଆଜି ଅପରାହ୍‌ଣରେ ରବି ନାରାୟଣଙ୍କ ପଟିଆସ୍ଥିତ କଲଭିକ୍ କିଙ୍ଗ ପ୍ୟାଲେସରେ ରହୁଥିବା ଫ୍ଲାଟ୍, ଜାଗମରା ଜଗମୋହନ ନଗର ଗଜପତି ପ୍ୟାଲେସ୍‌ରେ ଥିବା ଫ୍ଲାଟ୍, ଖଣ୍ଡଗିରି ବାରଭୁଜା ମାର୍କେଟ୍‌ କ‌ମ୍ପ୍ଲେକ୍ସରେ ଥିବା ଦୋକାନ, ନୂଆପଲ୍ଲୀ ଶ୍ରୀରାମବିହାରରେ ପୈତୃକ ଘର, ଶ୍ରୀକ୍ଷେତ୍ର ଭକ୍ତନିବାସରେ ଫ୍ଲାଟ୍, ଗଞ୍ଜାମ ନୂଆଗାଁ ନୂଆପଡ଼ାରେ ପୈତୃକ ଘର, ଅଫିସ ଚାମ୍ବରରେ ଚଢ଼ଉ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା ଠାବ ହୋଇଥିବା ସମ୍ପତ୍ତି ମଧ୍ୟରୁ ପଟିଆର ସେ ରହୁଥିବା କଲଭିକ୍ କିଙ୍ଗ ପ୍ୟାଲେସର ଫ୍ଲାଟ୍, ଜାଗମରା ଜଗମୋହନ ନଗର ଗଜପତି ପ୍ୟାଲେସରେ ଫ୍ଲାଟ୍, ବାରଭୁଜା ମାର୍କେଟ କମ୍ପଲେକ୍ସରେ ଦୋକାନ ଘର, ନଖରାସ୍ଥିତ ଗ୍ରାଣ୍ଡବଜାର‌ରେ ଏକ ଘର, ପୁରୀରେ ଫ୍ଲାଟ୍, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୩ ଜମି, ୭୦ ଲକ୍ଷ ଟଙ୍କା ବ୍ୟାଙ୍କ ଜମା, ୩୫୫ ଗ୍ରାମର ସୁନା ଅଳଙ୍କାର, ଚାରି ଚକିଆ ଗାଡ଼ି ଠାବ କରାଯାଇଛି। ଏପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଅପରାହ୍‌ଣରେ ଚଢ଼ଉ ଆରମ୍ଭ ହୋଇଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe