ଆଗାମୀ ୩ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ସମ୍ବଲପୁର: ମହାନଦୀକୁ ଡେଇଁ ଯୁବକ ନିଖୋଜ

Telegraph India

ଭୁବନେଶ୍ବର: ବନ୍ୟା ସ୍ଥିତି ଲାଗି ଆଗାମୀ ୩ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। ସେ କହିଛନ୍ତି, ଆସନ୍ତା ୩ଘଣ୍ଟାରେ ପିକ୍ ଫ୍ଲଡ୍ ହେବ। ମୁଣ୍ଡୁଳିରେ ଲଗାତାର ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୁଣ୍ଡୁଳି ବିପଦ ସଂକେତ ଟପିସାରିଥିବା ବେଳେ ଆହୁରି ବନ୍ୟା ଜଳ ମୁଣ୍ଡୁଳିରେ ପ୍ରବେଶ କରିବାକୁ ଯାଉଛି।
ତେବେ ମୁଣ୍ଡୁଳିରେ ୧୦ରୁ ୨୦ ହଜାର କ୍ୟୁସେକରୁ ଅଧିକ ପାଣି ଆସିବ। ଘଳିଆ ପଡ଼ିଥିବା ସ୍ଥାନରେ ମରାମତି କାମ ଚାଲିଛି। ଦୟା, ଭାର୍ଗବୀ, କାଣି ଓ ପାଇକାରେ ଘଳିଆ ପଡ଼ିଛି। ଅପରାହ୍ନରେ ହୀରାକୁଦ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ଯଦି ହୀରାକୁଦ ଜଳସ୍ତର ଉପରେ ନଜର ପକାଇବା ତାହେଲେ ବଢ଼ୁଛି ହୀରାକୁଦ। ଡ୍ୟାମରେ ୬୨୫ ଫୁଟ ଟପିଛି ଜଳସ୍ତର। ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ଆସିପାରେ ବଡ଼ ବନ୍ୟା। ଏବେ ୨୬ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ଆସୁଥିବା ବେଳେ ଛଡ଼ାଯାଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସିକ୍ ଜଳ । ନଦୀ ଉଛୁଳୁଥିବାରୁ ଅନେକ ଅଂଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe