ସୁରକ୍ଷା କର୍ମୀ ରହୁ ନାହାନ୍ତି, ଏସ୍‌ସିବିରୁ ହୋଟେଲକୁ ଯାଉଛନ୍ତି ଚିଟ୍‌ଫଣ୍ଡ ଅଭିଯୁକ୍ତ!

ସୁରକ୍ଷା କର୍ମୀ ରହୁ ନାହାନ୍ତି, ଏସ୍‌ସିବିରୁ ହୋଟେଲକୁ ଯାଉଛନ୍ତି ଚିଟ୍‌ଫଣ୍ଡ ଅଭିଯୁକ୍ତ!

DL Músicas

କଟକ : ବେଡ୍‌ ନ ମିଳିବା କାରଣରୁ ଏସ୍‌ସିବି ବାରଣ୍ଡାରେ ରହୁଥିବା ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ବିଚାରାଧୀନ ବନ୍ଦୀ ପଶ୍ଚିମବଙ୍ଗର ଶ୍ରୀକାନ୍ତ ମହ‌ତୋ ରାତିରେ ଡାକ୍ତରଖାନାରେ ରହୁ ନ ଥିବା ନେଇ ଚର୍ଚା ଜୋର ଧରିଛି। ତାଙ୍କ ନିକଟରେ ଅଧିକାଂଶ ସମୟରେ ସୁରକ୍ଷା କର୍ମୀ ରହୁ ନ ଥିବାରୁ ତା’ରୁ ସୁଯୋଗରେ ସେ ରାତିରେ ଡାକ୍ତରଖାନାରୁ ହୋଟେଲରେ ଯାଇ ରହୁଥିବା କୁହାଯାଉଛି। ଏପରିକି ଦିନବେଳା ଡାକ୍ତରଙ୍କ ରାଉଣ୍ଡ୍‌ ସମୟରେ ତାଙ୍କ ନିକଟରେ ସୁରକ୍ଷା‌ କର୍ମୀଙ୍କ ଦେଖା ମିଳୁ ନ ଥିବାରୁ ଏହି ସନ୍ଦେହ ଅଧିକ ଦୃଢ଼ୀଭୂତ ହେବାରେ ଲାଗିଛି। ସିବିଆଇ ଦ୍ବାରା ଗିରଫ ହୋଇ ଝାରପଡ଼ା ଜେଲ୍‌ରୁ ଏଠାକୁ ଚିକିତ୍ସିତ ହେବାକୁ ଆସିଥିବ‌ା ଭେଙ୍କଟେସ୍‌ ଫିଲ୍ମ ପ୍ରଡ୍‌କସନ୍‌ର ମାଲିକ ଶ୍ରୀ ମହତୋଙ୍କ ସୁରକ୍ଷାକୁ କିପରି ଏତେ ଢିଲା ଦିଆଯାଇଛି ତାହା ନାନାଦି ପ୍ରଶ୍ନ ଉଠାଇଛି।

ସୂଚନା ଅନୁସାରେ, ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଝାରପଡା ଜେଲରେ ବିଚାରାଧୀନ ବନ୍ଦୀ ଥିବା ଶ୍ରୀ ମହତୋ ଗତକାଲି ଝାରପଡା ଜେଲରେ ଅସୁସ୍ଥ ହୋଇ ପଡିବାକୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ମୁଣ୍ଡରେ ଆଘାତ ଲାଗିଥିବା ଓ ମୁଣ୍ଡ ବୁଲାଉଥିବାରୁ ତାଙ୍କୁ ପ୍ରଥମେ ଆଶୁ ଚିକିତ୍ସା କେନ୍ଦ୍ର ଓ ପରେ ନ୍ୟୁ’ ମେଡିସିନ୍‌ ବିଭାଗକୁ ପଠାଇ ଦିଆଯାଇଥିଲା। ନ୍ୟୁ’ ମେଡିସିନ୍‌ ୱାର୍ଡ‌୍ ତୃତୀୟ ମହଲାର ବାରଣ୍ଡାରେ ସେ ତଳେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସୁରକ୍ଷା ଦାୟିତ୍ବରେ ୩ଜଣ ପୁଲିସ କର୍ମଚାରୀ ଥିବାବେଳେ ଅଧିକାଂଶ ସମୟରେ ତାଙ୍କ ନିକଟରେ ସୁରକ୍ଷାକର୍ମୀଙ୍କ ଦେଖା ମିଳୁ ନାହିଁ। ହେଲେ, ୮/୧୦ଜଣ ନିଜ ଲୋକଙ୍କୁ ସବୁ ବେଳେ ତାଙ୍କ ନିକଟରେ ରହି ସେବା କରୁଥିବା ଦେଖିବାକୁ ମିଳୁଛି। ଏହାରି ସୁଯୋଗରେ ସେ ରାତିରେ ନିଜର ଜଣେ ସମ୍ପର୍କୀୟଙ୍କୁ ବିଛଣାରେ ଶୁଆଇ ହୋଟେଲକୁ ଯାଉଥିବା କୁହାଯାଉଛି। ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଏଭଳି ଅୟସ ଆରାମ୍‌ ଦିଆଯିବା ଘଟଣାକୁ ନେଇ ଏସ୍‌ସିବିରେ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଛି। ସୂଚନାଯୋଗ୍ୟ, ରୋଜ୍‌ଭ୍ୟାଲି ଚିଟ୍‌ ଫଣ୍ଡ୍‌ ସଂସ୍ଥାରୁ ୨୫ କୋଟି ଟଙ୍କା ନେଇଥିବା ଅଭିଯୋଗରେ ଗତ ଜାନୁଆରି ମାସରେ ସିବିଆଇ ତାଙ୍କୁ ଗିରଫ କରିଥିଲା ଓ ସେ ଝାରପଡା ଜେଲରେ ବିଚାରାଧୀନ ବନ୍ଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe