ମାନସିକ ରୋଗୀଙ୍କୁ ଆଇନ ସହାୟତା ଓ ତ୍ବରିତ ନ୍ୟାୟ ଉପରେ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ବ

ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଛି।

sssffsfsfssf

କଟକ: cକାର୍ଯ୍ୟକ୍ରମରେ ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଯୋଗଦେଇ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନର ଉଦ୍ଦେଶ୍ୟ ଓ ମାନସିକ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସହାୟତାର ଦିଗ ଉପରେ ଆଲୋକପାତ କରିଥିଲେ। ଆଇନ ସହାୟତା କିପରି ଉପଲବ୍ଧ ହୋଇପାରିବ ଓ ମାନସିକ ରୋଗୀମାନେ କିପରି ତ୍ବରିତ ନ୍ୟାୟ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ବିଚାରପତି ପରାମର୍ଶ ପ୍ରଦାନ କରିଥିଲେ। 

ଏହି ଅବସରରେ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଫଳ ବିତରଣ କରାଯାଇଥିଲା। ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ସୁଦୀପ୍ତ ଆଚାର୍ଯ୍ୟ, ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶିତିକଣ୍ଠ ସାମଲଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର, ଆଡ ଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଏସ୍‌ସିବି ମାନସିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ, ଡାକ୍ତର ଅଜୟ ମିଶ୍ର, ରାଜ୍ୟ ଆଇନସେବା ପ୍ରାଧିକରଣ ଉପସଚିବ ଚିତ୍ତରଂଜନ ମିଶ୍ର, ସହସଚିବ ସୃଜନ ସାରସ୍ବତ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜଗଦୀଶ କୁମାର ଜେନା ଯୋଗ‌ ଦେଇଥିଲେ। ରାଜ୍ୟ ଆଇନସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ ଅବସରେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ମୁଖ୍ୟ ବିଚାରପତି ଉଦ୍‌ଘାଟନ କରଥିଲେ। ପ୍ରଦର୍ଶନୀରେ ବର୍ତ୍ତମାନ ସମୟରେ ବଢ଼ୁଥିବା ମାନସିକ ଚାପ ଓ ଅବସାଦକୁ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe