୩୨ଶହରୁ ଅଧିକ ପାଇଲେଣି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ‌ ସେବା

Advertisment
ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାରେ ୫୫୪୯ ରୋଗୀ ଚିକିତ୍ସିତ

ଭୁବନେଶ୍ବର : ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଆରମ୍ଭ ହେବା ପରେ ୩୨ଶହରୁ ଅଧିକ ଲୋକ ଏହି ସେବା ପାଇ ସାରିଲେଣି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲାବାସୀଙ୍କୁ ଏହି ସେବା ଦିଆଯାଉଛି। ବିଶେଷଜ୍ଞ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ଏସବୁ ଜିଲ୍ଲାକୁ ଯାଇ ରୋଗୀଙ୍କୁ ସେବା ଦେଉଛନ୍ତି।

ଗତବର୍ଷ ଡିସେମ୍ବର ୨୦ତାରିଖରେ ଏହି ସେବା ଆରମ୍ଭ ହୋଇଥିଲା। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଚଳିତମାସ ୧୭ତାରିଖରୁ ନବରଙ୍ଗପୁର ଜିଲ୍ଲାରେ ଏହି କ୍ୟାମ୍ପ୍ ଚାଲିଛି। ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ୍‌ ଚାଲିବାକୁ ଥିବା ବେଳେ ୧୪ଜଣ ବରିଷ୍ଠ ଡାକ୍ତର ରୋଗୀଙ୍କୁ ସେବା ଦେଉଛନ୍ତି। ଡା.ଶିବ କର, ଡା.ଅରୁଣା ଆଚାର୍ଯ୍ୟ, ଡା.ଦେବାଶିଷ ସ୍ବାଇଁ, ଡା.ରଂଜନ କୁମାର ମହାନ୍ତି, ଡା.ଅମିୟ ପଲ, ଡା.ସନ୍ଦୀପ ପ୍ରଧାନ ପ୍ରମୁଖ ନବରଙ୍ଗପୁରରେ ରୋଗୀଙ୍କୁ ସେବା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe