ବିଜୁ ଏକ୍ସପ୍ରେସ ୱେ ବିକାଶର ନୂଆ ଇତିହାସ ଲେଖିବ: ମୁଖ୍ୟମନ୍ତ୍ରୀ

Advertisment
ବିଜୁ ଏକ୍ସପ୍ରେସ ୱେ ବିକାଶର ନୂଆ ଇତିହାସ ଲେଖିବ: ମୁଖ୍ୟମନ୍ତ୍ରୀ

ବରଗଡ଼: ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ। ବରଗଡ଼ ଜିଲ୍ଲାର ସୋହେଲାର ଘେସ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏକଥା ପୁଣି ଦୋହରାଇଛନ୍ତି। ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ମେଁ ବହୁତ ଖୁସି। ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ। ଏ ହେଉଛି ସେହି ଅଞ୍ଚଳ ପାଇଁ ଜୀବନରେଖା। ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ। ଏ ରାସ୍ତା ଚାଷୀ ଭାଇଙ୍କ ପାଇଁ ସୁବିଧା ଆଣିବ। ସାଧାରଣ ଲୋକ ଏ ରାସ୍ତା ଦ୍ୱାରା ସୁବିଧା ପାଇବ। ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଆହୁରି ଉନ୍ନତି ଆସିବ। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ ଉପକୃତ ହେବେ।

publive-image
ମୁଖ୍ୟମନ୍ତ୍ରୀ ବିଜୁ ଜୟନ୍ତୀରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, “ଆଜି ଆମ ସମସ୍ତଙ୍କର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ। ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଜୁ ବାବୁ ଥିଲେ ଓଡ଼ିଶାବାସୀଙ୍କ ସବୁଠାରୁ ବଡ଼ ଭରସା । ଏ ମାଟି, ଏ ମାଟିର ମଣିଷର ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହେଇ ରହିଥିଲେ। ଜଣେ ଓଡ଼ିଆ ଭାବରେ ସେ ଗର୍ବ କରୁଥିଲେ। ସେହି ମହାନାୟକଙ୍କ ଜନ୍ମଦିନରେ ଆଜି ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଡେଡିକେଟ୍ କରି ମୁଁ ବହୁତ ଖୁସି।
ଏହି ଅବସରରେ ସେ ୨୩୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ବରଗଡ଼ ଜିଲ୍ଲାର ସଫଳତାର କାହାଣୀ ’ଧୂସର’ର ଲୋକାର୍ପଣ କରିଛନ୍ତି। ମହିଳା ଏସଏଚଜିଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe