ବିଶ୍ବଶାନ୍ତିର ପ୍ରଚାର କରିଛି ଧଉଳି ଶାନ୍ତିସ୍ତୂପ: ମୁଖମନ୍ତ୍ରୀ

Advertisment
ବିଶ୍ବଶାନ୍ତିର ପ୍ରଚାର କରିଛି ଧଉଳି ଶାନ୍ତିସ୍ତୂପ: ମୁଖମନ୍ତ୍ରୀ

ଧଉଳି: ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ସେ ଏହି ଅବସରରେ ସମସ୍ତ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ମୁଖମନ୍ତ୍ରୀ କହିଛନ୍ତି, ଧଉଳି ଶାନ୍ତିସ୍ତୂପ ବିଶ୍ବଶାନ୍ତିର ପ୍ରଚାର କରିଛି। ଏହା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଛି। ଏହି ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଏକ ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ। ଖୁବ୍ ଶୀଘ୍ର ଧଉଳିରେ ରୋପଓ୍ବେ ବ୍ୟବସ୍ଥା କରାଯିବାକୁ ମନ୍ତ୍ରୀ ଅଶୋକ ପଣ୍ଡା ମୁଖମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ।

publive-image

ଏଠାକୁ ନିମନ୍ତ୍ରିତ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ନ୍ୟାସୀ। ଜୟନ୍ତୀ ସମାରୋହର ଅବ୍ୟବହିତ ପୂର୍ବରୁ ଧଉଳିରେ ପହଞ୍ଚିଥିଲେ ବହୁ ବୌଦ୍ଧ ସନ୍ନ୍ୟାସୀ। ଜାପାନ, ଶ୍ରୀଲଙ୍କା, ମାଲେସିଆ, ନେପାଳ, ରୁଷ, ଇଂଲଣ୍ଡ, ୟୁକ୍ରେନ୍‌, ଆମେରିକା ଆଦି ଦେଶର ବୌଦ୍ଧ ସନ୍ନ୍ୟାସୀମାନେ ଆଜି ଧଉଳିରେ ପହଞ୍ଚିଥିଲେ। ବୌଦ୍ଧ ସନ୍ନ୍ୟାସୀମାନଙ୍କର ସ୍ବାଗତ ସତ୍କାର ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ସୁବିଧା କରାଯାଇଥିଲା। ସେମାନଙ୍କର ରହଣି ଲାଗି ରାଜ୍ୟ ଅତିଥି ଭବନ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ ଏବଂ ଏସ୍‌ଆଇଆର୍‌ଡିରେ ବ୍ୟବସ୍ଥା କରାଯାଇଛି। ଗତକାଲି ପୂର୍ବାହ୍ନରେ ବୌଦ୍ଧଭିକ୍ଷୁ ଓ ସନ୍ନ୍ୟାସୀମାନେ ଧଉଳିଛକରେ ପହଞ୍ଚିବା ପରେ ପ୍ରଥମେ ଧଉଳି ପଞ୍ଚାୟତବାସୀଙ୍କ ତରଫରୁ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାପରେ ଧଉଳି ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ଅଶୋକଙ୍କ ଶିଳାନୁଶାସନ ଏବଂ ହାତୀପାର୍କ ନିକଟରେ ପହଞ୍ଚିଥିଲା।

ଶାନ୍ତି ପଦଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏଡିଏମ୍‌ ପ୍ରଫୁଲ୍ଲ ସ୍ବାଇଁ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ, ଧଉଳି ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ, କଳିଙ୍ଗ ନିପନ ବୁଦ୍ଧ ସଂଘର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ହାତୀପାର୍କ ନିକଟରେ ସନ୍ନ୍ୟାସୀମାନେ ଖାଦ୍ୟ ପାନୀୟ ଗ୍ରହଣ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେଠାରେ ‌ସନ୍ନ୍ୟାସୀମାନଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ସେମାନେ ଭଗବାନ ବୁଦ୍ଧଙ୍କ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ଶାନ୍ତିସ୍ତୂପ ଉପରକୁ ଯାଇଥିଲେ। ସେଠାରେ ସମବେତ କଣ୍ଠରେ ଉଚ୍ଚାରିତ ହୋଇଥିଲା ‌ବୁଦ୍ଧ ମନ୍ତ୍ର। ଦୀର୍ଘ ସମୟ ଧରି ସେଠାରେ ପୂଜାର୍ଚ୍ଚନା ଚାଲିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସନ୍ନ୍ୟାସୀମାନେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe