ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ: ନିରଞ୍ଜନ

Advertisment
ଓଡ଼ିଶା କଂଗ୍ରେସରେ ଏକତା ନାହିଁ : ନିରଞ୍ଜନ

The Asian Age

ଭୁବନେଶ୍ବର : ମମିତା ମେହେରଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ କିମ୍ବା ଇସ୍ତଫା ଦେବାକୁ ନିର୍ଦେଶ ଦିଅନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏକ ପ୍ରେସ୍ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ଅଛି ବୋଲି ସାଧାରଣ ଲୋକଙ୍କର ସନ୍ଦେହ ହେବ। ଉତ୍ତରପ୍ରଦେଶ ଲଖିମପୁର ଖେରିରେ କୃଷକ ଗଣହତ୍ୟାରେ ସଂପୃକ୍ତ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ମୋଦୀ ସରକାର ଘୋଡ଼େଇ ରଖିଛନ୍ତି ଓ ମନ୍ତ୍ରିମଣ୍ଡଳରୁ ବାହାର କରୁ ନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାରେ ନିର୍ବୋଦ୍ଧତା ପ୍ରକାଶ ନ କରି ଶ୍ରୀ ମିଶ୍ରଙ୍କୁ ବହିଷ୍କାର କରନ୍ତୁ। ଏହାସହ ଭାଙ୍ଗି ପଡ଼ିଥିବା ମମିତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉପଯୁକ୍ତ ସଂସ୍ଥା ଦ୍ବାରା ଘଟଣାର ଅନୁସନ୍ଧାନ କରାନ୍ତୁ। ଜନସାଧାରଣ ଯେପରି ପ୍ରକୃତ ସତ୍ୟ ଜାଣିପାରିବେ ତାହାର ବ୍ୟବସ୍ଥା କରିବା ଲାଗି ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe