ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

Advertisment

୭୭ଟି ପ୍ରକଳ୍ପ ଉଦଘାଟିତ, ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ

୭୭ଟି ପ୍ରକଳ୍ପ ଉଦଘାଟିତ, ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ

ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବିଜୁ ସ୍ମାର୍ଟ ତାଲିକାରେ ଯୋଡ଼ି ହେଲା ବାଲେଶ୍ୱର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ବାରା ବାଲେଶ୍ୱର ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ଜଣ ପରିବାର ଉପକୃତ ହେବେ। ଏହା ସହ ବାଲେଶ୍ୱରବାସୀଙ୍କୁ ୧୪୭୬ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୩୭୬ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏଥିସହ ୧୧୦୦ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୬୦୦ ମିସନ ଶକ୍ତିର ମା’ମାନେ ମାଛ ଚାଷରେ ସାମିଲ୍ ହୋଇଛନ୍ତି। ଏହା ଖୁସିର କଥା। ମିସନ ଶକ୍ତିର ମା’ମାନଙ୍କୁ ଅଧିକ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଦେଶରେ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଓଡ଼ିଶା ପ୍ରଥମ। ସ୍ମାର୍ଥ ସ୍ବାସ୍ଥ୍ୟ କାର୍ଡ ଆପଣମାନଙ୍କ ଦୁଃଖ ଦୂର କରିବ। କାର୍ଡ ଥିଲେ ଅସୁସ୍ଥମାନେ ବିନା ଅର୍ଥରେ ଚିକିତ୍ସିତ ହୋଇପାରିବେ। କାର୍ଡ ଜରିଆରେ ଲକ୍ଷ ଲକ୍ଷ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ରାଜ୍ୟର୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ। ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ। ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ। ଏହି ନୂଆ ବ୍ୟବସ୍ଥାରେ ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡ଼ିବନି। କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ। ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ। ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe