ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଛନ୍ତି: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

Advertisment
ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଛନ୍ତି: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ଗୃହରେ ଉଠିଲା ପ୍ରତାପ ଜେନାଙ୍କ ପାପ ଧୋଇବା ପ୍ରସଙ୍ଗ। ପ୍ରତାପଙ୍କ ଏଭଳି ବୟାନକୁ ନିନ୍ଦା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କହିଲେ ଆମେ କଣ ପାପୀ। ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏପରି ଅପମାନିତ କରିବେ। ମନ୍ତ୍ରୀଙ୍କ ବୟାନ ପରେ ଆମେ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁ ନଥିଲୁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଯାଇଥିଲୁ। ତାପରେ ଆମକୁ ନବୀନ ବାବୁ ଠକିଛନ୍ତି।
ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ଠକିଛନ୍ତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଧାନକିଣା ନେଇ ବିବୃତି ଦେବା ପରେ ଏ କଥା ସ୍ପଷ୍ଟ ହୋଇଛି।ଆମକୁ ଗତକାଲି ପ୍ରତାରଣା କରାଗଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ମନ୍ତ୍ରୀଙ୍କ ବିବୃତି ପରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଫଳରେ ପୁଣି ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ସହ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।
ତେବେ ବିଜେପିର ଏଭଳି ହାଇଡ୍ରାମାକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବରଯାତ୍ରୀ ଭଳି ନବୀନ ନିବାସ ଆଡ଼େ ଯାଇଥିଲେ। ଫୁଲଚନ୍ଦନ ଲଗାଇ, ହୁଳହୁଳି ଓ ଶଙ୍ଖନାଦ କରି ଭଉଣୀମାନେ ମଧ୍ୟ ସ୍ୱାଗତ କରିଥିଲେ। ମନ୍ତ୍ରୀମାନେ ମଧ୍ୟ ନବୀନ ନିବାସରେ ଅପେକ୍ଷା କରିଥିଲେ। ବିଜେଡି ବିଧାୟକମାନେ ବଡ଼ିଗାର୍ଡ ଭଳି ତାଙ୍କ ପଛେପଛେ ଯାଇଥିଲେ। ବିଜେଡି-ବିଜେପି ଭାଇଭାଇ ଆଗରୁ କହିଥଲୁ। କାଲି ପ୍ରମାଣିତ ହୋଇଗଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe