ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ୪ ଜଣଙ୍କୁ ତତ୍‌କାଳ ଆର୍ଥିକ ସହାୟତା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫ସ୍ଥିତ ନିଜ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଆଜି ୪ ଜଣଙ୍କୁ ତତ୍‌କାଳ ଆର୍ଥିକ ସହାୟତା ଦିଆଯାଇଛି...

Chief Minister heard the complaint

Chief Minister heard the complaint

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫ସ୍ଥିତ ନିଜ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଫେବ୍ରୁଆରି ୨୮ତାରିଖ ପୂର୍ବାହ୍‌ଣ ୧୧ଟାରୁ ଆରମ୍ଭ ହୋଇଥିଲା। ଆଜି ୪ ଜଣଙ୍କୁ ତତ୍‌କାଳ ଆର୍ଥିକ ସହାୟତା ଦିଆଯାଇଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦିନେ ଦୁଇଦିନ ଭିତରେ ‘ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି’ରୁ ସେମାନଙ୍କୁ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ସହାୟତା ବାବଦକୁ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଗଲା ବୋଲି ଆଜି ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୮୪ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ବଳକା ଅଭିଯୋଗ ସମାଧାନ ପ୍ରକ୍ରିୟାରେ ରହିଛି ।

ଛାତରୁ ପଡି ଗୁରୁତର ଆହତ ନିମାପଡ଼ାର ହେମନ୍ତ ସାହୁ ଏବଂ ମେରୁଦଣ୍ଡ ଜନିତ ସମସ୍ୟା ଭୋଗ କରୁଥିବା ନିରାକାରପୁରର ବିଚିତ୍ର ପାଇକରାୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିଜର ଅସୁବିଧା ସମ୍ପର୍କରେ ଜଣାଇଥିଲେ। ତୁରନ୍ତ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଉଭୟଙ୍କ ପାଇଁ "ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି"ରୁ ୧ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଅନୁମୋଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଖାରବେଳ ଭବନ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ନୋଡାଲ ବିଭାଗ ଭାବରେ ମନୋନୀତ

ଯେଉଁ ଅପରାଧିକ ମାମଲା ଆସୁଛି, ତାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଯେଉଁମାନେ ଦୋଷୀ ସେମାନଙ୍କୁ ଜେଲକୁ ପଠାଯାଉଛି । କୋର୍ଟ ତାଙ୍କର ଦଣ୍ଡ ବିଧାନ କରିବେ ।

ଆମେ ବିଧାନସଭା ବନ୍ଦ କରି ପଳାଇବା ସରକାର ନୁହେଁ । ଆମ ସରକାର ହେଉଛି ଲୋକଙ୍କ ସରକାର । ବିରୋଧୀଙ୍କ କାମ ଅଭିଯୋଗ ଆଣିବା ଏବଂ ଆମେ ସବୁବେଳେ ସେମାନଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ୯୭ତମ ଏକାଡେମୀ ପୁରସ୍କାର : ଆନୋରା ଶ୍ରେଷ୍ଠ ଚଳଚ୍ଚିତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe