Chief Minister heard the complaint
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫ସ୍ଥିତ ନିଜ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଫେବ୍ରୁଆରି ୨୮ତାରିଖ ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇଥିଲା। ଆଜି ୪ ଜଣଙ୍କୁ ତତ୍କାଳ ଆର୍ଥିକ ସହାୟତା ଦିଆଯାଇଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦିନେ ଦୁଇଦିନ ଭିତରେ ‘ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି’ରୁ ସେମାନଙ୍କୁ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।
ସହାୟତା ବାବଦକୁ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଗଲା ବୋଲି ଆଜି ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୮୪ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ବଳକା ଅଭିଯୋଗ ସମାଧାନ ପ୍ରକ୍ରିୟାରେ ରହିଛି ।
ଆମେ ବିଧାନସଭା ବନ୍ଦ କରି ପଳାଇବା ସରକାର ନୁହେଁ । ଆମ ସରକାର ହେଉଛି ଲୋକଙ୍କ ସରକାର । ବିରୋଧୀଙ୍କ କାମ ଅଭିଯୋଗ ଆଣିବା ଏବଂ ଆମେ ସବୁବେଳେ ସେମାନଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: ୯୭ତମ ଏକାଡେମୀ ପୁରସ୍କାର : ଆନୋରା ଶ୍ରେଷ୍ଠ ଚଳଚ୍ଚିତ୍ର
Follow Us