ବିଜେପୁରବାସୀଙ୍କୁ ‘ଜୁହାର ବିଜେପୁର’ କହି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ହେବ ବୋଲି ଘୋଷଣା କଲେ

Advertisment
ବିଜେପୁରବାସୀଙ୍କୁ ‘ଜୁହାର ବିଜେପୁର’ କହି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ହେବ ବୋଲି ଘୋଷଣା କଲେ

ବରଗଡ଼: ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଲାଗି ଅନୁଷ୍ଠିତ ଉପନିର୍ବାଚନରେ ଭୋଟରମାନେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିଥିବାରୁ ସୋମନଙ୍କୁ ବିଜେପୁର ଯାଇ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେମାବାର ମୁଖ୍ୟମନ୍ତ୍ରୀ ବିଜେପୁର ପହଞ୍ଚି ସେଠାରେ ନୁତନ ବିକାଶମୂଳକ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ବିଜେପୁର ବାସୀଙ୍କୁ ‘ଜୁହାର ବିଜେପୁର’ କହି ଶୁଭେଚ୍ଛା ଜଣାଇବା ସହିତ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ପୂରା ବିଜେପୁରକୁ ବିଦ୍ୟୁତକରଣ କରାଯିବ ବୋଲି କହିଥିଲେ।

publive-image

ଏଥିସହିତ ମହାନଦୀ ଜଳ ବିବାଦର ସମାଧାନ ଓ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ଦାବି ନେଇ ଲଢେଇ ଜାରି ରହିବ ଏବଂ ବୁଣାକାର ସାମଗ୍ରୀ ଉପରୁ ଜିଏସ୍‌ଟି ଛାଡ ପାଇଁ ଦାବି ତୀବ୍ର କରାଯିବ ବୋଲି ସେ କହିଥିଲେ। ଏଥି ସହିତ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଲାଗି କାମ ଆରମ୍ଭ ହୋଇଗଲାଣି ଓ ଏହା ଯଥା ଶୀଘ୍ର ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe