ଯୋରନ୍ଦା ମହିମାଗାଦିରେ ମୁଖ୍ୟମନ୍ତ୍ରୀ: ‘ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ଯୋରନ୍ଦାର ସ୍ଥାନ ସ୍ବତନ୍ତ୍ର’

Advertisment

୧୧୨କୋଟି ଟଙ୍କା ପ୍ରକଳ୍ପର ଭୂମିପୂଜନ, ବିରୋଧୀଙ୍କୁ ତେର୍‌ଛା ତୀର ମାରିଲେ ପାଣ୍ଡିଆନ

୧୧୨କୋଟି ଟଙ୍କା ପ୍ରକଳ୍ପର ଭୂମିପୂଜନ, ବିରୋଧୀଙ୍କୁ ତେର୍‌ଛା ତୀର ମାରିଲେ ପାଣ୍ଡିଆନ

ଯୋରନ୍ଦା ମହିମାଗାଦିରେ ମୁଖ୍ୟମନ୍ତ୍ରୀ: ‘ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ଯୋରନ୍ଦାର ସ୍ଥାନ ସ୍ବତନ୍ତ୍ର’

ଢେଙ୍କାନାଳ/ଯୋରନ୍ଦା: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦା ଗସ୍ତରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ବିଭିନ୍ନ ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ପବିତ୍ର ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ସହିତ ଭବ୍ୟ ମହିମା ଗାଦି ଶୂନ୍ୟମଣ୍ଡପ ନିର୍ମାଣ ଓ ମହିମାଗାଦି ଚତୁଃପାର୍ଶ୍ୱ ଉନ୍ନତୀକରଣ ପ୍ରକଳ୍ପର ଆଜି ମୁଖ୍ୟମନ୍ତ୍ରୀ ଭୂମିପୂଜନ କରିଛନ୍ତି। ଯୋରନ୍ଦାଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ହେଉଛି ଦେବ ଭୂମି ଓ ପୂଣ୍ୟ ଭୂମି। ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ପ୍ରସିଦ୍ଧି ଆଣି ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏଭଳି ପବିତ୍ର ମାଟିକୁ ଆସି ଓ ଆପଣମାନଙ୍କ ସହିତ ମିଶିବାର ସୁଯୋଗ ପାଇ ବହୁତ ଖୁସି। ସାରା ବିଶ୍ୱକୁ ଏକ ପରିବାର ଭାବରେ ଗ୍ରହଣ କରି ମହିମା ଧର୍ମ ସରଳ ଜୀବନ, ସମ୍ୟତା ଓ ଜଗତକଲ୍ୟାଣରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ଜଗତକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ଚିନ୍ତାଧାରା ଆମକୁ ମହିମା ଧର୍ମ ଶିକ୍ଷା ଦେଇଛି ବୋଲି କହି ମହିମା ଧର୍ମପୀଠର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏଥିସହିତ ଆଗାମୀ ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଢେଙ୍କାନାଳ ଜିଲ୍ଲାକୁ ଏହି ପୀଠ ଏକ ନୂଆ ପରିଚୟ ଦେବ। ଯୋରନ୍ଦାକୁ ଓଡ଼ିଶା ତଥା ଭାରତର ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପୀଠ ଭାବରେ ପରିଗଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରି ଆଗାମୀ ମାଘ ମେଳା ଓ ଅଗ୍ନି ପୂର୍ଣ୍ଣିମା ପାଇଁ ଶୁଭେଚ୍ଛା ଜଣାଇଥିଲେ।

୧୧୨କୋଟି ଟଙ୍କା ପ୍ରକଳ୍ପର ଭୂମିପୂଜନ
ବିରୋଧୀଙ୍କୁ ତେର୍‌ଛା ତୀର ମାରିଲେ ପାଣ୍ଡିଆନ
ମହିମାଗାଦିର ବିକାଶକୁ ଅନେକ ବିରୋଧ କରିଥିଲେ
ଖୁବ୍‌ଶୀଘ୍ର କାମ ଆରମ୍ଭ ହୋଇ ୩ ବର୍ଷରେ ଶେଷ ହେବ

ସେହିପରି ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଢେଙ୍କାନାଳ ଜିଲ୍ଲା ଓଡ଼ିଶାକୁ ମହିମା ଧର୍ମ ଦେଇଛି ଏବଂ ଏହି ଧର୍ମର ପ୍ରସାର ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସହଯୋଗ ଯୋଗାଇ ଦେଇ ମହିମା ଧର୍ମ ପ୍ରତି ତାଙ୍କର ଆନ୍ତରିକତାକୁ ପ୍ରଦର୍ଶନ କରିଛନ୍ତି ବୋଲି କହିଥିଲେ। ଅନ୍ୟପକ୍ଷରେ ସଭାମଞ୍ଚରୁ ବିରୋଧୀଙ୍କୁ ତେର୍‌ଛା ତୀର ମାରିଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ସେ କହିଥିଲେ, ବହୁତ ଲୋକଙ୍କ ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏହି ପୀଠର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁନିଆକୁ ସରଳତା, ସ୍ୱଚ୍ଛତା, ସେବା ଓ ନିଃସ୍ୱାର୍ଥପରତାର ବାର୍ତ୍ତା ଦେଉଥିବା ମହିମା ଧର୍ମକୁ ଆଗେଇ ନେବାକୁ ହେବ। ଆମ ମୁଖ୍ୟମନ୍ତ୍ରୀ ଶ୍ରେୟ ପାଇଁ ନୁହେଁ, ସେବା ମନୋବୃତ୍ତି ନେଇ କାମ କରିଥାନ୍ତି ବୋଲି କହି ଏହି ପୀଠ ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ମହେଶ କୁମାର ସାହୁ, ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ବଳ୍କଳଧାରୀ ଓ କୌପୀନଧାରୀ ମହିମା ସାଧୁମାନେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଅବନୀ ମିଶ୍ର ଓ ସୁଲଗ୍ନା ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe