ଏଏନଆଇକୁ ସାକ୍ଷାତକାର ଦେଲେ ମୁଖ୍ୟମନ୍ତ୍ରୀ: କହିଲେ ମୋ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି, ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହନ୍ତି

ଏଏନଆଇକୁ ସାକ୍ଷାତକାର ଦେଲେ ମୁଖ୍ୟମନ୍ତ୍ରୀ: କହିଲେ ମୋ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି, ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହନ୍ତି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ କେତେକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ଷଡ଼ଯନ୍ତ୍ର ଚାଲିଛି। ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲେ ଏହା ଯାଞ୍ଚ୍ ହେବ। ଏଥି ପାଇଁ ଏକ କମିଟି ଗଠନ ହେବ।
ଏହାର ଜବାବ୍ ଦେଇ ନବୀନ ପଟ୍ଟନାୟକ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ମୋ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ବିଜେଡି ନିର୍ବାଚନରେ ଭଲ ପ୍ରଦର୍ଶନ କରି ପୁଣି କ୍ଷମତାକୁ ଆସିବ। ବିଜେପି ଏବେ ହତାସ ହୋଇ ପଡ଼ିଛି। ତେଣୁ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି।

ଯଦି ସେ ମୋ ସ୍ବାସ୍ଥ୍ୟାବସ୍ଥା ନେଇ ଏତେ ଚିନ୍ତିତ। ତେବେ ମୋତ‌େ ଫୋନ୍ କରି ମୋ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝି ପାରିଥାନ୍ତେ ବୋଲି ନବୀନ ମ‌ୋଦୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ଏହା ସହିତ ସେ କହିଛନ୍ତି ଭିକେ ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହନ୍ତି। ମୋ ଉତ୍ତରାଧିକାରୀ କିଏ ହେବେ ତାହା ଓଡ଼ିଶାବାସୀ କହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe