ଭୁବନେଶ୍ବର : ଓଡ଼ିଶାର ବାଇଓଟେକ୍ ଫାର୍ମ ଇମେଜେନକ୍ସ ଓ ଆରଏମ୍ଆରସି ଭୁବନେଶ୍ବରର ମିଳିତ ଉଦ୍ୟମରେ ପ୍ରସ୍ତୁତ କୋଭିଡ-୧୯ ରାପିଡ୍ ଆଣ୍ଟିଜେନ୍ କିଟ୍(ରାଟ୍)କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ପୂର୍ବ ଭାରତରେ ପ୍ରଥମଥର ଲାଗି ଏଭଳି ଡାଏଗ୍ନୋଷ୍ଟିକ୍ କିଟ୍ ପ୍ରସ୍ତୁତ କରାଯାଉଛି। କୋଭିଡ ସଂକ୍ରମଣ ସମୟରେ ରାଜ୍ୟରେ ଆଣ୍ଟିଜେନ୍ କିଟ୍ର ଚାହିଦାକୁ ଏହା ପୂରଣ କରିବାରେ ସଫଳ ହୋଇପାରିବ ବୋଲି କୁହାଯାଇଛି। ରାଜ୍ୟର ଯେ କୌଣସି ସ୍ଥାନକୁ ଏହି ଡାଏଗ୍ନୋଷ୍ଟିକ୍ କିଟ୍ ୨୪ଘଣ୍ଟା ଭିତରେ ପହଞ୍ଚିପାରିବ। ପୂର୍ବରୁ ଆଇସିଏମ୍ଆର ପକ୍ଷରୁ ଏହି କିଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଉଦ୍ଘାଟନ ପୂର୍ବରୁ ସଂସ୍ଥାର ଅଧ୍ୟକ୍ଷ ଡା.ସୁଜୟ ସିଂ ପ୍ରକଳ୍ପ ସଂପର୍କରେ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଇମେଜେନଏକ୍ସ ୨୦୦୪ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ କର୍କଟ, ଆଥ୍ରାଇଟିସ୍, ସୋରିଆସିସ୍ ଓ ଅନ୍ୟ ସଂକ୍ରମିତ ରୋଗ ପାଇଁ ରିକମ୍ବିନାଣ୍ଟ ପ୍ରୋଟିନ୍ ଓ ଆଣ୍ଟିବଡି ପ୍ରସ୍ତୁତ କରିବା ଦିଗରେ ଏହା କାର୍ଯ୍ୟ କରୁଛି।
ଓଡ଼ିଶା ପ୍ରସ୍ତୁତ ଆଣ୍ଟିଜେନ୍ କିଟ୍କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
Advertisment
Follow Us