ଲୋକାର୍ପିତ ହେଲା ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ଭିଡିଓ କନଫରେନ୍‌ସରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Advertisment

୧୪ ପ୍ରକଳ୍ପ ଲୋକାର୍ପଣ, ୪ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

୧୪ ପ୍ରକଳ୍ପ ଲୋକାର୍ପଣ, ୪ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଲୋକାର୍ପିତ ହେଲା ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ଭିଡିଓ କନଫରେନ୍‌ସରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ : ବୌଦ୍ଧ ଜିଲ୍ଲା ତା’ର ଇତିହାସ ଓ ସଂସ୍କୃତି ପାଇଁ ପ୍ରସିଦ୍ଧ। ଜିଲ୍ଲାର ସଂସ୍କୃତି ଓ ପରମ୍ପରାର ପ୍ରଚାର ପାଇଁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଶହେ ବର୍ଷର ଐତିହ୍ୟ ସଂପନ୍ନ କଚେରି କୋଠାରେ ପ୍ରତିଷ୍ଠା ସ୍ବତନ୍ତ୍ର ବାର୍ତ୍ତା ଦେଉଛି। ଆମର ଯୁବ ପିଢ଼ିକୁ ଏହା ପ୍ରେରଣା ଯୋଗାଇବା ସହ ବୌଦ୍ଧକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସଫଳ ହେବ ବୋଲି ଜିଲ୍ଲା ସଂଗ୍ରହାଳୟ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି।

publive-image

ବୌଦ୍ଧ ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ଜିଲ୍ଲା ସଂଗ୍ରହାଳୟ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍‌ସ ମାଧ୍ୟମରେ ଜିଲ୍ଲା ସଂଗ୍ରହାଳୟକୁ ଲୋକାର୍ପଣ କରିଛନ୍ତି। ଏଥି ସହିତ ଜିଲ୍ଲାର ବିଭିନ୍ନ ବିଭାଗର ୧୪ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୪ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ବୌଦ୍ଧ ଜିଲ୍ଲାର ଇତିହାସ ବେଶ ସମୃଦ୍ଧ। ରାଜାରାଜୁଡ଼ା ସମୟର ଅନେକ କୀର୍ତ୍ତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକ୍ଷୟ ଅବସ୍ଥାରେ ରହିଛି। ସେଗୁଡ଼ିକୁ ସଂଗ୍ରହ କରି ସଂଗ୍ରହାଳୟରେ ସ୍ଥାନିତ କରାଯାଇଛି। ଜିଲ୍ଲାର ଗୌରବମୟ ଐତିହ୍ୟ, ସାହିତ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିକୁ ସାଇତି ରଖିବା ପାଇଁ ପ୍ରୟାସ ପ୍ରୟାସ କରାଯାଇଛି। ଯାହା ଫଳରେ ବର୍ତ୍ତମାନ ଓ ଭବି‌ଷ୍ୟତ ପୀଢ଼ି ନିକଟରେ ପୁରାତନ କୀର୍ତ୍ତିରାଜି ଉଦ୍‌ଜୀବିତ ହୋଇ ରହିବ। ସଂଗ୍ରହାଳୟ ପାଇଁ ରାଜା ରାଜୁଡ଼ା ସମୟରେ ବ୍ୟବହୃତ ବିଭିନ୍ନ ଉପକରଣ ସହ ଜିଲ୍ଲାର କଳା, ସଂସ୍କୃତି, ପ୍ରାଚୀନ କୀର୍ତ୍ତିରାଜି, ହସ୍ତକଳା, ପୁରାତନ ପୋଥି, ଫଟୋଚିତ୍ର ଆଦି ସଂଗୃହିତ ହୋଇଛି। ଜିଲ୍ଲାର ଲୋକେ ନିଜ ପାଖରେ ସାଇତି ରଖିଥିବା ପୁରତନ ସାମଗ୍ରୀ ମଧ୍ୟ ସ୍ବତଃସ୍ଫୁର୍ତ୍ତ ଭାବରେ ସଂଗ୍ରହାଳୟ ପାଇଁ ହସ୍ତାନ୍ତର କରିଛନ୍ତି। ରାଜକୀୟ କକ୍ଷ, ଟେରାକୋଟା, ମୁଦ୍ରା ଓ ପୋଥି, ଚାରୁକଳଳା, ଜନଜାତି, ହସ୍ତଶିଳ୍ପ, ଶସ୍ତ୍ରଶାଳା ଆଦିକୁ ସ୍ବତନ୍ତ୍ର ଭାବରେ ୧୬ କୋଠରିରେ ସୁସଜ୍ଜିତ କରାଯାଇଛି। ନଷ୍ଟ ହେବାକୁ ବସିଥିବା ଅନେକ ଉପକରଣକୁ ପୁନରୁଦ୍ଧାର କରାଯାଇଛି।

publive-image

ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗ୍ରାମ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଅତିଥି ଭାବରେ ଯୋଗଦେଇଥିଲେ। ଉଦ୍‌ଘାଯନୀ ଉତ୍ସବ ପରେ ଜିଲ୍ଲାର ଇତିହାସକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ହରଭଙ୍ଗା ଓ କଣ୍ଟାମାଳ ବ୍ଲକବାସୀ ମଧ୍ୟ ସାମିଲ ହୋଇଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe