ପ୍ଲାଟିନମ୍ ଜୁବୁଲି ଉତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ‘ଉତ୍କଳ’କୁ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବାକୁ ଆହ୍ବାନ

Advertisment
ପ୍ଲାଟିନମ୍ ଜୁବୁଲି ଉତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ‘ଉତ୍କଳ’କୁ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବାକୁ ଆହ୍ବାନ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠାରୁ ୫ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ଉଦଘାଟନ କରି  ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ଏକ ନିରନ୍ତର ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ସାମିଲ ହୋଇ  ଉତ୍କଳ ବିଶ୍ବବିଦ୍ୟାଳୟ ନିଜର ଶୈକ୍ଷିକ ଉତ୍କର୍ଷ ପ୍ରତିପାଦନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଉତ୍କଳ’କୁ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବାକୁ ଆହ୍ବାନ ଦେବା ସହ ଗୁଣାତ୍ମକ ମାନବ ସମ୍ବଳ ସୃଷ୍ଟି ଉପରେ  ଗୁରୁତ୍ବ ଆରୋପ କରିଛନ୍ତି। ଜାତୀୟସ୍ତରରେ ଛାତ୍ରଙ୍କ ସଫଳତା ପାଇଁ ସୁଯୋଗ ସୃଷ୍ଟି ବିଶ୍ବବିଦ୍ୟାଳୟର  ଲକ୍ଷ୍ୟ ହେବା ଉଚିତ ବୋଲି ସେ ମତ ରଖିଛନ୍ତି। ଓଡ଼ିଶାରେ ଶୈକ୍ଷିକ ବାତାବରଣ ସୃଷ୍ଟି ଲାଗି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦୂରଦୃଷ୍ଟି ଓ ଅବଦାନକୁ  ମୁଖ୍ୟମନ୍ତ୍ରୀ ମନେପକାଇବା ସହ ସେମାନେ  ରାଜ୍ୟର ବୌଦ୍ଧିକ ସମ୍ବଳ ସୃଷ୍ଟି ଲାଗି କରିଥିବା ପରିକଳ୍ପନାର ପ୍ରଶଂସା  କରିଥିଲେ।

ଆଜିର ଉଦଘାଟନୀ ସମାରେହରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe