ଭୁବନେଶ୍ୱର: ହିଂସାରେ ଲିପ୍ତ କାହାରିକୁ ଛଡ଼ାଯିବ ନାହିଁ। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍ଓଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର, ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରି ଏଭଳି କଡ଼ା ଚେତାବନୀ ଦେଇଛନ୍ତି। ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ୧୬ ଟି ଜିଲ୍ଲାର ୧୬ ଟି ଥାନାଗୃହ, ୭୦ଟି କ୍ୱାର୍ଟର୍ସ, ଅଫିସ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ କୋଠା ଆଦି ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରି ଚନ୍ଦକା ପ୍ରଶିକ୍ଷଣ କେନ୍ଦ୍ରରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ ବୋଲି କହିଛନ୍ତି।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସମୟସୀମା ଧାର୍ଯ୍ୟ କରିଛନ୍ତି, ସେଥିରେ ଆମେ ସଫଳ ହୋଇ ଚାଲିଛୁ। ନିକଟରେ ମାଲକାନଗିରି ଜିଲ୍ଲାରେ ୨୨ଜଣ ମାଓବାଦୀଙ୍କର ସମୂହ ଆତ୍ମସମର୍ପଣ ଏ ଦିଗରେ ଏକ ଉତ୍ସାହଜନକ ପଦକ୍ଷେପ। ସେହିପରି ମାଓ ଦମନ କ୍ଷେତ୍ରରେ ସମ୍ପୃକ୍ତ ଏସ୍ଓଜି ଓ ଅନ୍ୟ ଯବାନଙ୍କୁ ପ୍ରଶଂସା କରି ଭତ୍ତା ବୃଦ୍ଧି ଘୋଷଣା କରିଥିଲେ। ଚଳିତ ଡିସେମ୍ବର ମାସଠାରୁ ନକ୍ସଲ ଦମନ ଅଭିଯାନରେ ପ୍ରତ୍ୟକ୍ଷ ଭାବେ ନିୟୋଜିତ ସ୍ପେସାଲ ଅପରେସନ୍ ଗ୍ରୁପ୍ ବା ଏସ୍ଓଜିର ଅଫିସରମାନେ ମାସିକ ସର୍ବାଧିକ ୨୫,୦୦୦ ଟଙ୍କା ରିକ୍ସ ଭତ୍ତା ପାଇବେ। ଏସ୍ଓଜିର ସୁବେଦାର ଓ ଡେପୁଟି ସୁବେଦାରମାନେ ମାସିକ ୨୪,୦୦୦ ଟଙ୍କା, ହାବିଲଦାରମାନେ ମାସିକ ୨୦,୦୦୦ ଟଙ୍କା, କନେଷ୍ଟବଳ ଓ ସିପାହୀମାନେ ମାସକୁ ୧୬,୦୦୦ ଟଙ୍କା ଭତ୍ତା ପାଇବେ। ଏସ୍ଓଜି, ଏଇଟି ଓ ଆର୍ସିର ଅଧିକାରୀ ଓ କର୍ମଚାରୀ ପ୍ରତ୍ୟକ୍ଷ ଭାବରେ ଅଭିଯାନରେ ସାମିଲ ହୋଇ ନଥିଲେ ମଧ୍ୟ ଟ୍ରେନିଂ ଓ ଅନ୍ୟାନ୍ୟ ଡ୍ୟୁଟିରେ ଥିଲେ ମାସିକ ସର୍ବାଧିକ ୧୨,୦୦୦ ଟଙ୍କା ପାଇବେ। ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟିୟର ଫୋର୍ସର କର୍ମଚାରୀ ମାସିକ ସର୍ବାଧିକ ୧୦,୦୦୦ ଟଙ୍କା ଏବଂ ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗ୍(ଏସ୍ଆଇଡବ୍ଲ୍ୟୁ)ର କର୍ମଚାରୀ ମାସିକ ସର୍ବାଧିକ ୨୦,୦୦୦ ଟଙ୍କା ଭତ୍ତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ରିସ୍କ ଭତ୍ତା ୨୫ ହଜାର ଟଙ୍କାକୁ ବୃଦ୍ଧି
ହିଂସାକାରୀଙ୍କୁ ତ୍ରାହି ନାହିଁ
ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ଆହ୍ବାନ
ଏହାଛଡ଼ା ପୁଲିସ ବିଭାଗକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ୩ଟି ଓଡ଼ିଶା ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସ(ଓଏସ୍ଏସ୍ଏଫ୍) ବାଟାଲିୟନ, ୩ଟି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ(ଓଆଇଏସ୍ଏଫ୍), ୧୦ଟି ନୂତନ ଓଡ୍ରାଫ୍ ୟୁନିଟ୍, ଗୋଟିଏ ଟ୍ରାଫିକ୍ ଓ ରୋଡ୍ସେଫ୍ଟି ୱିଙ୍ଗ୍, ୨୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏବଂ ଗୋଟିଏ ନୂତନ ପୁଲିସ ଜିଲ୍ଲା (ରାଇରଙ୍ଗପୁର ପୁଲିସ ଜିଲ୍ଲା) ପ୍ରତିଷ୍ଠା କରାଯାଇଛି। ଏଥିସହିତ, ସରକାର ପୁଲିସ ବିଭାଗରେ ମୋଟ ୧୫,୩୨୬ଟି ନୂତନ ପଦବିି ସୃଷ୍ଟି ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଇତିମଧ୍ୟରେ ସଂଶୋଧିତ “ଆତ୍ମସମର୍ପଣ ଓ ପୁନର୍ବାସ” ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ଯୋଜନା ଅନୁଯାୟୀ, ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ସହିତ ବାସଗୃହ, ଶିକ୍ଷା ସହାୟତା, ବିବାହ ସହାୟତା ଓ ରୋଜଗାର ନିମନ୍ତେ ମାସିକ ୧୦,୦୦୦ ଟଙ୍କାର ଷ୍ଟାଇପେଣ୍ଡ୍ ସହିତ ବୃତିଗତ ତାଲିମର ସୁବିଧା ମିଳିବ। ଏହି ଅବସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ, ଏଡିଜିପି ସଞ୍ଜୀବ ପଣ୍ଡା, ଆଇଜିପି ଅପରେସନ୍ ଦୀପକ କୁମାର, ଡିଆଇଜି(ଏସ୍ଆଇଡବ୍ଲ୍ୟୁ) ଅଖିଳେଶ୍ୱର ସିଂଙ୍କ ସମେତ ବରିଷ୍ଠ ପୁଲିସ ଅଫିସର ଓ ଏସ୍ଓଜି କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/gdagdazvzvccv-2025-12-26-01-32-55.jpg)