ଆଜି ପଦ୍ମପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ

Advertisment
ସୋମବାର କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ

Republic World

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି। ସେ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ତିନୋଟି ବ୍ଲକ୍‌ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନ ୧୧ଟା ସମୟରେ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ଏହାପରେ ୧୧ଟା ୨୫ ସମୟରେ ସେ ଝାରବନ୍ଧର ଶକ୍ତି ଛକ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ଜନସଭାକୁ ସମ୍ବୋଧିତ କରିବେ।

ଝାରବନ୍ଧରୁ କାର୍ଯ୍ୟକ୍ରମ ସାରି ଦିନ ୧୨.୩୦ରେ ପାଇକମାଳ ଏମ୍‌ଇସ୍କୁଲ ପଡ଼ିଆ ହେଲିପ୍ୟାଡ୍‌ରେ ପହଁଚିବେ। ସେଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ପଦ୍ମପୁରସ୍ଥିତ ଆର୍‌ଏଲ୍‌ କଲ୍ୟାଣ ମଣ୍ଡପ ପରିସରସ୍ଥ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସାଢ଼େ ୩ଟାରେ ପଦ୍ମପୁରଠାରେ ନିର୍ବାଚନୀ ସଭାରେ ‌ଯୋଗଦେଇ ସେ  ସତୀଭଟା ଏୟାରଷ୍ଟ୍ରିପ୍‌ରୁ ପୁଣି ଭୁବନେଶ୍ବର ଅଭିମୁଖେ ବିମାନରେ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe