୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି...

9ammnxpaa

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।  ଲୋକସେବା ଭବନରେ  ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ସେମାନଙ୍କ ମଧ୍ୟରେ ୮୫ ଜଣ ହୋମିଓପାଥିକ ମେଡିକାଲ ଅଫିସର ଥିବା ବେଳେ ୨୩୯ ରେଡିଓଗ୍ରାଫର ଅଛନ୍ତି । ଏହା ସହିତ ୫୨ ଜଣ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଏହି ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ଦେଢ ଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରାଯିବ।

ଗତ ୬ ମାସ ଭିତରେ ପ୍ରାୟ ୨୦ ହଜାରରୁ ଅଧିକ ବେକାରୀଙ୍କୁ ଚାକିରି ମିଳିଛି । ମୁଖ୍ୟମନ୍ତ୍ରୀ ପୂର୍ବର ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଗତ ସରକାରରେ ନିଯୁକ୍ତି ଦୁର୍ନୀତି ହୋଇଥିଲା । କିନ୍ତୁ ଆମ ସରକାର ଦାୟିତ୍ୱ ନେବାର ୬ ମାସ ଭିତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe