CM Appointment Letter: ୧୧ ବିଭାଗରେ ୧,୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Advertisment

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ମଙ୍ଗଳବାର ୧୧ ବିଭାଗରେ ୧,୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ସେ ସଫଳତା ହାସଲ କରିଥିବା ସମୗ୍ତ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି....

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ମଙ୍ଗଳବାର ୧୧ ବିଭାଗରେ ୧,୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ସେ ସଫଳତା ହାସଲ କରିଥିବା ସମୗ୍ତ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି....

Chief Minister issues appointment letters to 1,543 people in 11 departments

Chief Minister issues appointment letters to 1,543 people in 11 departments Photograph: (sambad.in)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ମଙ୍ଗଳବାର ୧୧ ବିଭାଗରେ ୧,୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହା ସହ ସେ ସଫଳତା ହାସଲ କରିଥିବା ସମୗ୍ତ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରର ଲେଖିଛନ୍ତି,  ରେଳ ଅଡିଟୋରିୟମଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ୧୧ଟି ବିଭାଗର ୧,୫୪୩ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳତା ପାଇଥିବା ସମସ୍ତ ଯୁବ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ; ଏହି ଯୁବ ଅଧିକାରୀମାନେ ହେଉଛନ୍ତି ଆମ ରାଜ୍ୟର ପ୍ରଗତିର ସାରଥି।

ଆହୁରି ପଢ଼ନ୍ତୁ:New Year Celebration:ସିଏମଓ ସହିତ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଳନ ମନା

ଆମ ସରକାର ଯୁବଶକ୍ତିଙ୍କୁ ସଶକ୍ତ କରିବା ପାଇଁ ସରକାରୀ ଚାକିରିର ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିଥିବାବେଳେ, ଶିଳ୍ପାୟନ ମାଧ୍ୟମରେ ମଧ୍ୟ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ଆମର ଅଭିଯାନ ଜାରି ରହିଛି। ଏହି ନିଯୁକ୍ତି ପ୍ରକ୍ରିୟା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତିଫଳନ।

ଏହି ଅବସରରେ ମୁଁ ସମସ୍ତ ନବନିଯୁକ୍ତଙ୍କୁ 'ସୁଶାସନ'ର ତିନୋଟି ମନ୍ତ୍ର - ସ୍ଵଚ୍ଛତା, ଉତ୍ତରଦାୟିତ୍ଵ ଏବଂ ଅଭିଯୋଗର ତ୍ଵରିତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି। ଆମ ସରକାର ଦୁର୍ନୀତି ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା ନୀତି’ ଆପଣାଇଛନ୍ତି, ତେଣୁ କାର୍ଯ୍ୟର ପ୍ରଥମ ଦିନରୁ ହିଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଁ ସମସ୍ତଙ୍କୁ ଆହ୍ୱାନ କରିଛି।

ଆହୁରି ପଢ଼ନ୍ତୁ:Alimony Denied: ଭରଣପୋଷଣ ପାଇଁ ମନା କଲେ କୋର୍ଟ, ସ୍ବାମୀଙ୍କୁ ନିସ୍ତୁକ ପିଟିଲେ ସ୍ତ୍ରୀ, ଭିଡିଓ ଭାଇରାଲ

ନବନିଯୁକ୍ତମାନେ ସାଧାରଣ ଲୋକଙ୍କୁ ସମ୍ମାନ ଦେବେ

ନବନିଯୁକ୍ତମାନେ ଯେତେ ଦକ୍ଷତାର ସହ କାମ କରିବେ ଏବଂ ସାଧାରଣ ଲୋକଙ୍କୁ ସମ୍ମାନ ଦେବେ, ଆମେ ସେତେ ଶୀଘ୍ର ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ହାସଲ କରିପାରିବା। ଆସନ୍ତୁ, ଏକାଠି ହୋଇ ଲୋକଙ୍କ ବିଶ୍ୱାସଭାଜନ ହେବା ଏବଂ ରାଜ୍ୟବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe