ମୁମ୍ବାଇ ଏବଂ ବେଙ୍ଗାଲୁରୁ ବିମାନ ଉଡ଼ାଣର ଥିବା ଅନ୍ତରାୟ ହଟାଇଲେ ମୁଖ୍ୟମନ୍ତ୍ରୀ : ନବ

ପ୍ରଭାବୀ ଛାତ୍ରନେତାରୁ ସଫଳ ରାଜନେତା ନବ କିଶୋର ଦାସ

image source-sambadenglish

ଝାରସୁଗୁଡ଼ା : ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆବଶ୍ୟକ ଥିବା ଫାୟାରମ୍ୟାନ୍‌ ଅଭାବ ଥିଲା। ନିୟମ ଅନୁଯାୟୀ ଆବଶ୍ୟକ ଥିବା ଫାୟାରମ୍ୟାନ୍‌ ନଥିଲେ ବିମାନ ଉଡ଼ାଣ ସମ୍ଭବ ନୁହେଁ। ଫଳରେ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଥିଲା। ଏ ସଂପର୍କରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ତୁରନ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ଓ ୧୯ ଜଣ ଫାୟାରମ୍ୟାନ୍‌ ନିଯୁକ୍ତ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ୧୯ ଜଣ ଫାୟାରମ୍ୟାନ୍‌ ନିଯୁକ୍ତ କରି ବିମାନ ଉଡ଼ାଣ ପାଇଁ ଥିବା ଅନ୍ତରାୟ ହଟାଇଥିଲେ। ଫଳରେ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଉଡ଼ିବା ପଥ ସୁଗମ ହୋଇଥିଲା। ବିମାନ ବନ୍ଦର ସଂପ୍ରସାରଣ ପାଇଁ  ରାଜ୍ୟ ସରକାର ଆହୁରି ୧୫୫ ଏକର ଜମି ମାଗଣାରେ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥିବା ଯୋଗୁଁ  ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe