ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏରୋଡ୍ରାମ ୟୁପି ସ୍କୁଲର ମତଦାନ କେନ୍ଦ୍ରର ୧୧୪ନମ୍ବର ବୁଥ୍ରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବାପରେ ସେ କାଳି ଲଗା ଆଙ୍ଗୁଳି ଦେଖାଇଥିଲେ। ଏହା ସହିତ ସେ ଭୋଟରଙ୍କୁ ବହୁ ସଂଖ୍ୟାରେ ଆସି ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଥିଲେ। ବିଜେଡି ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ। ଆମେ ରାଜ୍ୟରେ ଦୃଢ଼ ସରକାର ଗଠନ କରିବୁ ବୋଲି ସେ କହିଥିଲେ।ସମସ୍ତ ଜନ ସାଧାରଣ ଓ ଯୁବ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ୍ କରିଥିଲେ।
ଭୋଟ ଦେବାକୁ ଯିବା ବେଳେ ଓ ଫେରିବା ବେଳେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଵାଦନ ଜଣାଇଥିଲେ । ଭୋଟ ଦେଇ ଫେରିବା ପରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ସହ କିଛି ସମୟ ଆଲୋଚନା କରିଥିଲେ।
Follow Us