ପ୍ରଧାନମନ୍ତ୍ରୀଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ-ଅର୍ବାନ୍‌ ୨.୦’ରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

Amarujala

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଏବଂ ‘ଅଟଳ ମିସନ୍‌ ଫର୍‌ ରିଜୁଭେନେସନ୍‌ ଆଣ୍ଡ୍‌ ଅର୍ବାନ୍‌ ଟ୍ରାନ୍‌ସଫର୍ମେସନ୍‌ ୨.୦’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇ ନିଜ ନିଜ ରାଜ୍ୟରେ ସ୍ୱଚ୍ଛତା ଅଭିଯାନକୁ କିଭଳି ସଫଳତାପୂର୍ବକ କାର୍ଯ୍ୟକାରୀ କରାଯିବ ସେନେଇ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଭାଗ ଅଭିଯାନରେ ଗ୍ରାମାଞ୍ଚଳ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ‘ସ୍ୱଚ୍ଛ ଭାରତ ଅଭିଯାନ-ଅର୍ବାନ୍‌ ୨.୦’ରେ ସହରାଞ୍ଚଳ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇଛି। ପ୍ରତ୍ୟେକ ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସହରଗୁଡ଼ିକ ପ୍ରଦୁଷଣମୁକ୍ତ ଏହି ମିଶନର ପ୍ରଥମ ଲକ୍ଷ୍ୟ ରହିଛି ବୋଲି ନିଜ ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ପାଖାପାଖି ୧୦ କୋଟି ୫୦ ଲକ୍ଷ ଲୋକ ଟଙ୍କା ଉପକୃତ ହେବେ ଓ ଏହି ଯୋଜନା ପାଇଁ ୨. ୦୮୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିଜ ସମ୍ବୋଧନରେ ସଫେଇ କର୍ମୀଙ୍କୁ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱଚ୍ଛତା ଅଭିଯାନର ପ୍ରକୃତ ମହାନାୟକ ସଫେଇ କର୍ମୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe