ପୁରୀ ଗସ୍ତ କରି ରଥଯାତ୍ରା ଦେଖିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

Advertisment
ପୁରୀ ଗସ୍ତ କରି ରଥଯାତ୍ରା ଦେଖିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ବିଦେଶରୁ ଗତକାଲି ରାତିରେ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀ ଗସ୍ତ କରି ରଥଯାତ୍ରା ଦେଖିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଅନୁଧ୍ୟାନ କରିଛନ୍ତି। କ୍ଷେତ୍ରସ୍ଥଳ ବୁଲିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ କାମର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରକଳ୍ପର ନକ୍ସା ବି ଦେଖିଛନ୍ତି। ବିଶେଷକରି, ଦକ୍ଷିଣଦ୍ବାରରେ ପ୍ରକଳ୍ପ କାର୍ଯ୍ୟର ରୂପରେଖ ଦେଖିଛନ୍ତି।

ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ୫-ଟି ସଚିବ ଭି କେ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ. ବିଶାଳ ସିଂହ ପ୍ରମୁଖଙ୍କ ସହ ଦକ୍ଷିଣଦ୍ବାରରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଦେଖିଥିଲେ। ଏଥିପାଇଁ ଦକ୍ଷିଣଦ୍ବାରରୁ ଗାଣ୍ଡୁଆ ଚଉରା ଛକ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳକୁ ଉନ୍ମୁକ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏଠାରେ ନିର୍ମାଣାଧୀନ କୋଠରି ସହ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଥିଲେ। ପରେ ଅଧିକାରୀଙ୍କୁ ସମୟ ଅବଧି ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୟ ଅନୁଯାୟୀ ଆଗେଇ ଚାଲିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଅଗଣିତ ଭକ୍ତଙ୍କୁ ଏହା ଏକ ସ୍ବତନ୍ତ୍ର ଅନୁଭୂତି ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe