କ୍ରମାଗତ ତୃତୀୟ ଥର ପାଇଁ ଶ୍ରେଷ୍ଠ ମାନ୍ୟତା, ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଲୋକଙ୍କ ପାଇଁ ଯାହା ଭଲ, ତାହା କରିବୁ: ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର : ୨୦୧୯-୨୦  ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ‌ରେ ବ୍ରହ୍ମପୁରର ନୀଳକଣ୍ଠନଗର ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପୁଣି ଥରେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଛରେ ପକାଇ ଦେଇଥିଲା। ଫଳରେ କ୍ରମାଗତ ତୃତୀୟ ଥର ପାଇଁ  ରାଜ୍ୟର ଶ୍ରେଷ୍ଠ ବିଦ୍ୟାଳୟ ମାନ୍ୟତା ଲାଭ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହୋଇଛି। ଏଥିସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏହି ଗୌରବ ଅର୍ଜନ ପାଇଁ ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟମାନେ ପ୍ରଧାନାଚାର୍ଯ୍ୟ ଏସ୍‌.ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି  ଓ ଗୁରୁଜୀ ଗୁରୁମା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦୀର୍ଘ ୨୯ବର୍ଷ ହେବ ଏହି ଶିକ୍ଷାନୁଷ୍ଠାନ ଦଶମଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରି ଓଡ଼ିଶା ତଥା ସମଗ୍ର ଭାରତବର୍ଷରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଛି। ଚଳିତବର୍ଷ ଶତପ୍ରତିଶତ ସଫଳତା ସହ ଏହି ବିଦ୍ୟାଳୟର ସର୍ବାଧିକ ୫୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌, ୧୧୪ ଜଣ ଏ-୨ ଗ୍ରେଡ୍‌, ୯୬ ଜଣ ବି-୧ ଗ୍ରେଡ୍‌, ୪୩ ଜଣ ବି-୨ ଗ୍ରେଡ୍‌ରେ, ୨୪ଜଣ ସି ଗ୍ରେଡ୍‌, ୧୩ଜଣ ଡି ଗ୍ରେଡ୍‌ ଏବ˚ ଜଣେ ଇ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଥିଲେ।
ଭାରତୀୟ ସ˚ସ୍କୃତିକୁ ଆଧାର କରି ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ତଥା ସମାଜରେ ସୁନାଗରିକ ନିର୍ମାଣ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି। ଚଳିତବର୍ଷ ଶ୍ରେଷ୍ଠ ବିଦ୍ୟାଳୟଭାବେ ସ୍ବତନ୍ତ୍ର ପୁରସ୍କାର ହାସଲ କରିଥିବାରୁ ପରିଚାଳନା ସମିତିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରିକୃଷ୍ଣ ନାୟକ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ତା, ଯୁଗ୍ମ ସମ୍ପାଦିକା ଇ˚. ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ସଦସ୍ୟା ବାସନ୍ତି ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ତା, ନରସି˚ହ ଚୌଧୁରୀ, ହରିକୃଷ୍ଣ ପାଢ଼ୀ, ସୁଦର୍ଶନ ପାଢ଼ୀ, ବି.ଗଜପତି ରାଓ ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟଆଚାର୍ଯ୍ୟା ତଥା ଅଭିଭାବକଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରିବା ସହ ଆଗାମୀ ଦିନରେ ଏହି ସଫଳତାକୁ ବଜାୟ ରଖିବା ପାଇଁ ଉତ୍ସାହିତ କରିଛନ୍ତି।  ଏଥିସହ ସର୍ବଶ୍ରେଷ୍ଠ ବିଦ୍ୟାଳୟ ରୂପେ ଘୋଷଣା କରିଥିବାରୁ ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଅଭିଭାବକ, ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe