ମୁଖ୍ୟମନ୍ତ୍ରୀଙ୍କୁ ‘ମହାଗୋପନରେ ମହାବାହୁ’ ପୁସ୍ତକ ପ୍ରଦାନ

ଲେଖିକା ପଞ୍ଚମୀ ମାନୁ ଉକିଲ ତାଙ୍କ ରଚିତ ପୁସ୍ତକ ‘ମହାଗୋପନରେ ମହାବାହୁ’ ପୁସ୍ତକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ...

Untitled-6

ଭୁବନେଶ୍ବର: ଲେଖିକା ପଞ୍ଚମୀ ମାନୁ ଉକିଲ ତାଙ୍କ ରଚିତ ପୁସ୍ତକ ‘ମହାଗୋପନରେ ମହାବାହୁ’ ପୁସ୍ତକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ ଏକ୍ସରେ ସୂଚନା ଦେଇଛନ୍ତି। ପୁସ୍ତକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଗୁପ୍ତ ପ୍ରବାସ ସୁନ୍ଦର ରଙ୍ଗୀନ ଚିତ୍ର ସହିତ ବର୍ଣ୍ଣନା କରାଯାଇଥିବାରୁ ମହାପ୍ରଭୁଙ୍କ ଗୋପନ ଲୀଳା ଅଧିକ ଜୀବନ୍ତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରାୟ ନଅ ଶତାବ୍ଦୀ ଧରି ଆକ୍ରମଣକାରୀଙ୍କ କବଳରୁ ମହାପ୍ରଭୁଙ୍କ କବଚ ସାଜି ସୁରକ୍ଷା କରିଥିବା ଗଜପତି ମହାରାଜା, ଉତ୍ସର୍ଗୀକୃତ ସେବକ ଓ ବୀର ପାଇକ ଯୋଦ୍ଧାମାନଙ୍କ ଅଦମ୍ୟ ସାହସ, ଭକ୍ତି, ତ୍ୟାଗକୁ ଅତି ସୁନ୍ଦର ଭାବରେ ଚିତ୍ର ସହ ସୁନ୍ଦର ବ୍ୟାଖ୍ୟା କରାଯାଇଥିବାରୁ ଏହା ଓଡ଼ିଆ ଅସ୍ମିତାର ଆତ୍ମାକୁ ସୁଦୃଢ଼ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଲେଖିକା ପଞ୍ଚମୀ ମାନୁ ଉକିଲ କହିଛନ୍ତି ଯେ, ମହାପ୍ରଭୁଙ୍କର ପବିତ୍ର ‘ଗୋପନ ଲୀଳା’ ସ୍ଥଳ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ପ୍ରବାସର କାହାଣୀ ଉପରେ ଆଧାରିତ ୫୬ଟି ସୁନ୍ଦର ଚିତ୍ରପଟ ଏହି ପୁସ୍ତକରେ ସ୍ଥାନ ପାଇଛି। ଆମର ଆଧ୍ୟାତ୍ମିକ ଐତିହ୍ୟ ଓ ଗୌରବମୟ ପରମ୍ପରା ସହିତ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ନିମନ୍ତେ ଏହି ଚିତ୍ରପଟର ସ୍ଥାୟୀ ପ୍ରଦର୍ଶନର ଆବଶ୍ୟକ‌ତା ରହିଛି ବୋଲି ସେ କହିଛନ୍ତି। ଏନେଇ ଏକ ସ୍ୱତନ୍ତ୍ର ସ୍ଥାୟୀ ଚିତ୍ରକଳା ପ୍ରଦର୍ଶନୀ ଗୃହ ଯୋଗାଇଦେବାକୁ ଲେଖିକା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଭୁବନେଶ୍ୱର ବି.କେ. ଆର୍ଟ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ନେତୃତ୍ୱରେ ଓଡ଼ିଶାର ୨୦ ଜଣ ପ୍ରଖ୍ୟାତ ଶିଳ୍ପୀ ଏହିସବୁ ଚିତ୍ର ଆଙ୍କିଛନ୍ତି। ଏହି କଫିଟେବୁଲ୍‌ ପୁସ୍ତକ ଇଂରାଜୀ ଭାଷାରେ ଲେଖା ହୋଇଛି। ପୂ୍ର୍ବରୁ ନୂଆଦିଲ୍ଲୀର ଲିଭିଂ ଟ୍ରାଡିସନ୍ ସେଣ୍ଟରଠାରେ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ଏହି ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟସ୍(ଇପକା) ପକ୍ଷରୁ ଆଯୋଜିତ ଏହି ପ୍ରଦର୍ଶନୀକୁ ଦିଲ୍ଲୀର ଲେଫଟାଣ୍ଟ ଗଭର୍ଣ୍ଣର୍‌ ଭି.କେ. ସାକ୍‌ସେନା ଉଦ୍‌ଘାଟନ କରିବା ସହ ପୁସ୍ତକ ଉନ୍ମୋଚନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe