ନୂଆ ଆପରାଧିକ ଆଇନ କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଇ-ଏଫ୍‌ଆଇଆର୍, ଇ-ସମନ, ଇ-ସାକ୍ଷ୍ୟ ପ୍ରଦାନ ଉପରେ ଗୁରୁତ୍ୱ

Advertisment

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଦେଶର ତିନିଟି ନୂଆ ଆପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷ କରି ଏହି ବୈଠକରେ ପୁଲିସ, ଜେଲ୍, ଆଇନଗତ...

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଦେଶର ତିନିଟି ନୂଆ ଆପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷ କରି ଏହି ବୈଠକରେ ପୁଲିସ, ଜେଲ୍, ଆଇନଗତ...

kj85847

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଦେଶର ତିନିଟି ନୂଆ ଆପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷ କରି ଏହି ବୈଠକରେ ପୁଲିସ, ଜେଲ୍, ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବିଚାର ବିଭାଗୀୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିରୋ ଏଫ୍‌ଆଇଆର୍‌ ଉପରେ ଗୁରୁତ୍ୱାରୋପ କରିବା ସହ ଇ-ଏଫ୍‌ଆଇଆର୍, ଇ-ସମନ, ଇ-ସାକ୍ଷ୍ୟ ପ୍ରଦାନ ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହଜ ଓ ସରଳ ହେବା ସହ ତ୍ୱରିତ କାର୍ଯ୍ୟକାରୀ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ଜେଲ୍‌, ହସ୍ପିଟାଲ୍‌, ଫୋରେନ୍‌ସିକ୍ ଲାବ୍‌ ଓ କୋର୍ଟଙ୍କୁ ଭିଡିଓ କନ୍‌ଫରେନ୍‌ସିଂ(ଭିସି) ମାଧ୍ୟମରେ ଯୋଡ଼ିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଫଳରେ ସାକ୍ଷୀମାନେ ଯେଉଁ ସ୍ଥାନରେ ଥିବେ, ସେଠାରୁ ହିଁ ସାକ୍ଷ୍ୟ ପ୍ରଦାନ କରିପାରିବେ। ତଦନ୍ତ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଯେତେଦୂର ସମ୍ଭବ, ଇଲେକ୍ଟ୍ରୋନିକ୍ ମୋଡ୍‌ରେ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ଭିସିରେ ଯୋଡ଼ିହେବ ହସ୍ପିଟାଲ୍‌, କୋର୍ଟ, ଜେଲ୍, ଫୋରେନ୍‌ସିକ୍ ଲାବ୍‌
ଏସ୍‌ଏଫ୍‌ଏସ୍‌ଏଲ୍‌କୁ ମିଳିବ ୩୨ଟି ଅତ୍ୟାଧୁନିକ ଭ୍ୟାନ୍

ସେହିପରି ଭିଡ଼ ହିଂସା, ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ସଂଗଠିତ ଅପରାଧ କ୍ଷେତ୍ରରେ ଏସ୍‌ପିଙ୍କ ତଳ ର‍୍ୟାଙ୍କ୍‌ର କୌଣସି ଅଧିକାରୀ ତଦାରଖ କରିପାରିବେ ନାହିଁ। ନିହାତି ଜଣେ ଏସ୍‌ପି ରୢାଙ୍କର ଅଧିକାରୀ ଏହାର ତଦାରଖ କରିବେ। ତେବେ ନୂଆ ଅପରାଧିକ ଆଇନ ସଂପର୍କରେ ୯୮ ପ୍ରତିଶତରୁ ଅଧିକ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଦକ୍ଷ ତଦନ୍ତ ପ୍ରକ୍ରିୟା ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଫୋରେନ୍‌ସିକ୍‌ ଲାବ୍‌ଗୁଡ଼ିକର ଉନ୍ନତୀକରଣ କରାଯାଉଛି। ଫୋରେନ୍‌ସିକ୍‌ ଓ ସାଇବର ଫୋରେନ୍‌ସିକ୍‌ ବିଶେଷଜ୍ଞଙ୍କ ପାଇଁ ୨୪୭ଟି ଅତିରିକ୍ତ ପଦବି ସୃଷ୍ଟି କରାଯାଇଛି। ଫୋରେନ୍‌ସିକ୍ ବ୍ୟବସ୍ଥାର ଉନ୍ନତି ପାଇଁ ଖୁବ୍‌ ଶୀଘ୍ର ଏସ୍‌ଏଫ୍‌ଏସ୍‌ଏଲ୍‌କୁ ୩୨ଟି ଅତ୍ୟାଧୁନିକ ମୋବାଇଲ ଭ୍ୟାନ୍‌ ପ୍ରଦାନ କରାଯିବ। ସେହିପରି ଜେଲ୍‌ ବିଭାଗର ଶତ ପ୍ରତିଶତ କର୍ମଚାରୀଙ୍କୁ ମଧ୍ୟ ନୂଆ ଆଇନ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଜେଲ୍‌ରେ ଭିଡିଓ କନ୍‌ଫରେନ୍‌ସିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।

ସେହିପରି ପ୍ରୋସିକ୍ୟୁସନ୍‌ କ୍ୟାଡର୍‌ରେ ମଧ୍ୟ ୨୬୭ଟି ଅତିରିକ୍ତ ପଦବି ସୃଷ୍ଟି କରାଯିବା ସହ ବିଏସ୍‌ଏସ୍‌ ଆଇନ ଅନୁଯାୟୀ ଓଡ଼ିଶା ପ୍ରୋସିକ୍ୟୁସନ୍‌ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ କରାଯିବ। ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଜଡ଼ିତ ସମସ୍ତ ସଂସ୍ଥା ଦକ୍ଷ ହେଲେ, ନ୍ୟାୟ ପ୍ରଦାନ ବ୍ୟବସ୍ଥା ତ୍ବରିତ ହେବ ଏବଂ ସମସ୍ତଙ୍କୁ ନ୍ୟାୟ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe