ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ : ପିସିସି ସଭାପତି

Advertisment
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ : ପିସିସି ସଭାପତି

photo--india com

ଭୁବନେଶ୍ବର: ମମିତା ମେହେର ହତ୍ୟା ଏକ ବଡ଼ ଦୁଃଖଦାୟକ ଘଟଣା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଯଦି ସଦବୁଦ୍ଧି ଥିବ ତା’ହେଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଇସ୍ତଫା ଦେବାପାଇଁ ନିର୍ଦେଶ ଦିଅନ୍ତୁ, ନହେଲେ ତାଙ୍କୁ ବାହାର କରନ୍ତୁ। ଏଭଳି କାର୍ଯ୍ୟ ମାଧ୍ୟମରେ ରାଜନୈତିକ ଇତିହାସ ସୃଷ୍ଟି କରନ୍ତୁ।

ବିଜେପି ଯେମିତି ଲଖିମପୁରଖେରି ଘଟଣାରେ ନିଜ କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି, ସେଭଳି ବିଜେପିର ଆଦର୍ଶରେ ଅନୁପ୍ରାଣିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି ସେ।

ପିସିସି ସଭାପତି ଆହୁରି ମଧ୍ୟ କହିଛନ୍ତି, ମମିତାଙ୍କ ପରିବାରବର୍ଗ ଯେଉଁଭଳି ଭାବେ ତଦନ୍ତ ଚାହୁଁଛନ୍ତି, ସେଭଳି ଭାବେ ତଦନ୍ତ କରାଯାଉ। ମନ୍ତ୍ରୀଙ୍କୁ କାଢ଼ିଲେ ପଞ୍ଚାୟତ ନିର୍ବାଚନ ଉପରେ ପ୍ରଭାବ ପଡ଼ିବ ବୋଲି ଯଦି ମୁଖ୍ୟମନ୍ତ୍ରୀ ଭାବୁଥାନ୍ତି, ତାହେଲେ ମନ୍ତ୍ରୀଙ୍କୁ ନ କାଢ଼ିଲେ ବି ତାଠୁ ଅଧିକ ପ୍ରଭାବ ପଡ଼ିବ। ମମିତାଙ୍କ ପରିବାରକୁ ସମସ୍ତ ଆଇନଗତ ସହାୟତା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସେହିପରି  ପ୍ରଦୀପ ମାଝୀଙ୍କ ଇସ୍ତଫା ନେଇ ପିସିସି ସଭାପତି ମତ ରଖିଛନ୍ତି ଯେ  ନିର୍ବାଚନ ପୂର୍ବରୁ ବିକାକିଣା କରେ ବିଜେଡି। ତେଣୁ ପଂଚାୟତ ନିର୍ବାଚନ ପୂର୍ବରୁ ବିକାକିଣା ଚାଲିବ।  ପ୍ରଦୀପ ଏତେ ଅଧୈର୍ଯ୍ୟ ଆଉ ପଦବି ପାଇଁ ଏତେ ଲାଲାୟିତ ଯେ ଦୁଇଦିନ ପୂର୍ବରୁ ଫୋନ କରି ଯିବିନି ବୋଲି କହି ପୁଣି ପଳେଇଲେ।  ରାଜନୀତିରେ ଏପରି ଆଚରଣ ଠିକ ନୁହେଁ।  କଂଗ୍ରେସ ତାଙ୍କୁ ସବୁ ଦେଲା ପରେ ବି ଧୈର୍ଯ୍ୟହରା ହୋଇ ,ଅଧିକ ଲୋଭରେ ବିଜେଡିକୁ ପଳେଇଛନ୍ତି। ଆମର ଦକ୍ଷିଣ ଓଡ଼ିଶାରେ ଅନେକ ଆଦିବାସୀ ଯୋଗ୍ୟ ନେତା ଅଛନ୍ତି ସେମାନେ ଦାୟିତ୍ୱ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe