ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଛାତ୍ର ବିଜେଡିର ଦାବି

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଓ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ଘଟଣାରେ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ମାଷ୍ଟରକ୍ୟଣ୍ଟିନ ଛକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କୁଶ ପୁତ୍ତଳିକା ଦାହ କରିଛି ....

Chief Minister should resign: biju chhatra janata dal demand

Chief Minister should resign: biju chhatra janata dal demand Photograph: (sambad.in)

ଭୁବନେଶ୍ବର: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଓ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ଘଟଣାରେ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ମାଷ୍ଟରକ୍ୟଣ୍ଟିନ ଛକରେ ବିଜୁ ଛାତ୍ର ଜନତା ଦଳମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କୁଶ ପୁତ୍ତଳିକା ଦାହ କରିଛି । ବିଜେପି ସରକାରରେ ରାଜ୍ୟରେ  ଛାତ୍ରୀ ଓ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। 

ବିଜେପିର ଛାତ୍ର ସଂଗଠନ ଏବିଭିପି ବାଲେଶ୍ଵର ଛାତ୍ରୀ ହତ୍ୟା ଘଟଣାରେ ସମ୍ପୃକ୍ତ ରହିଛି। ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଏବିଭିପି ଛାତ୍ରମାନଙ୍କୁ ବ୍ୟବହାର କରୁଛି। ଏମାନଙ୍କୁ କେବଳ ରାଜ୍ୟରେ ନୁହେଁ ଦେଶରେ ବୟକଟ କରାଯାଉ ବୋଲି ବିଜୁ ଛାତ୍ର ଜନତା ଦଳ ଦାବି କରିଛି। 

ଅଧିକ ପଢ଼ନ୍ତୁ: କ୍ଲାସ୍ ରୁମ୍ ଛାଡି ଧାରଣା ଦେଲେ ଛାତ୍ରୀ: ଆମ ପ୍ରଧାନ ଶିକ୍ଷକଙ୍କୁ ଫେରାଇ ଆଣ

ଅନ୍ୟପଟେ ବଳଙ୍ଗା ପୀଡ଼ିତାଙ୍କ ହତ୍ୟାକୁ ପୁଲିସ ସରକାରଙ୍କ ଚାପରେ ନିଜ ଜୀବନ ନେବାର ରୂପ ଦେଉଛି ବୋଲି ବିଜୁ ଛାତ୍ର ଜନତା ଦଳ  ଅଭିଯୋଗ ଆଣିଛି। ଯାହାକି ଛାତ୍ର ସମାଜରେ କେବେ ବି ଗ୍ରହଣୀୟ ନୁହେଁ ।

ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ଦାୟୀ। ତେଣୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜୁ ଛାତ୍ର ଜନତା ଦଳ ଦାବି କରିଛି। ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜୁ ଯୁବ ଛାତ୍ର ଜନତା ଦଳ ଚେତାବନୀ ଦେଇଛି ।

ଅଧିକ ପଢ଼ନ୍ତୁ: ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମିଳିଲା ନାହିଁ ପ୍ରମାଣ; ମାମଲା ବନ୍ଦ କରିଦେଲେ କୋର୍ଟ

biju chhatra janata dal | Fakir Mohan College | balanga victim

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe