ଚାଲି ଚାଲି ମତଦାନ କେନ୍ଦ୍ରକୁ ଗଲେ ମୁଖ୍ୟମନ୍ତ୍ରୀ

କାଲି ଡେପୁଟି ମେୟର୍‌ ନିର୍ବାଚନ: ଚକ୍‌ମା ଦେବେ ନବୀନ

File Picture

ଭୁବନେଶ୍ୱର   : ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ମତଦାନ କରିଛନ୍ତି। ପୂର୍ବାହ୍ନରେ ‌ସେ ନବୀନ ନିବାସରୁ ବାହାରି ଚାଲି ଚାଲି ମତଦାନ କେନ୍ଦ୍ର ଏରୋଡ୍ରମ୍‌ ୟୁପି ସ୍କୁଲ୍‌କୁ ଯାଇଥିଲେ। ବିଏମ୍‌ସିର ୫୩ ନମ୍ବର ୱାର୍ଡରେ ନବୀନ ନିବାସ ରହିଛି। ନବୀନ ନିବାସ ଠାରୁ ପ୍ରାୟ ୨୫୦ ମିଟର ବ୍ୟବଧାନରେ ହୋଇଥିବା ଏହି ମତଦାନ କେନ୍ଦ୍ରର ବୁଥ୍‌ ନମ୍ବର ୫୪୪ରେ ମୁଖ୍ୟମନ୍ତ୍ରୀ ଭୋଟ୍‌ ଦେଇଥିଲେ।

publive-image

ମତଦାନ କେନ୍ଦ୍ରକୁ ଯିବା ପୂର୍ବରୁ ନିଜ ଭୋଟର୍‌ କାର୍ଡକୁ ଦେଖାଇ ଫଟୋ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ‌ଫଟୋ ପୋଜ୍ ଦେଇଥିଲେ। ପୁଣି ଭୋଟ୍‌ ଦେଇ ଫେରିଲା ପରେ କାଳି ଲାଗିଥିବା ଆଙ୍ଗୁଠି ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତଦାନ କେନ୍ଦ୍ରକୁ ଯାଇଥିଲେ। ଏହି କେନ୍ଦ୍ରରେ ମନ୍ତ୍ରୀ ଶ୍ରୀ ପଣ୍ଡା ମଧ୍ୟ ଭୋଟ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe