ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଧ୍ୟାରେ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ନୂଆଦିଲ୍ଲୀର ଯଶୋଭୂମିରେ ଅନୁଷ୍ଠିତ ହେବାକୁ ଥିବା ‘ସେମିକନ୍‌ ଇଣ୍ଡିଆ-୨୦୨୫’ ସମ୍ମିଳନୀରେ ଯୋଗଦେବେ।

Mohan

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଧ୍ୟାରେ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ନୂଆଦିଲ୍ଲୀର ଯଶୋଭୂମିରେ 
ଅନୁଷ୍ଠିତ ହେବାକୁ ଥିବା ‘ସେମିକନ୍‌ ଇଣ୍ଡିଆ-୨୦୨୫’ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ୪୮ଟି ଦେଶର ୨୫୦୦ରୁ ଅଧିକ ପ୍ରତିନିଧି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଉଦ୍ୟୋଗୀମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିପାରନ୍ତି।

ସେହିପରି ସେପ୍ଟେମ୍ବର ୩ରେ ଜିଏସ୍‌ଟି କାଉନସିଲ୍ ବୈଠକ ବସିବ। ଏଥିରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସବୁ ରାଜ୍ୟର ଅର୍ଥମନ୍ତ୍ରୀ ଯୋଗଦେବେ। ଏହାପରେ ସଂଧ୍ୟାରେ ଓଡ଼ିଶା ନିବାସ ପରିସରରେ ଖୋଲିଥିବା ଓମ୍‌ଫେଡ୍ ପାର୍ଲର, କୋରାପୁଟ କଫି କାଫେକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ୪ତାରିଖରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୫ ତାରିଖ ସକାଳୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe